ଶିଶୁ ଅଧିକାର ଓ ସୁରକ୍ଷାକୁ ସୁନିଶ୍ଚିତ କରାଗଲେ ସମାଜ ଦୃଢ଼ ହେବ


ଯାଜପୁର ; ୨୭/୦୨ (ନି ପ୍ର) : : ପ୍ରତ୍ୟେକ ଶିଶୁ ଇଶ୍ୱରଙ୍କ ଅମୃତ ସନ୍ତାନ । ସେମାନଙ୍କର ଶିକ୍ଷା, ସୁରକ୍ଷା ଓ ଅଧିକାର କୁ ସୁରକ୍ଷିତ ରଖିବାକୁ ସମାଜର ପ୍ରତିଟି ବ୍ୟକ୍ତି ଉଦ୍ୟମ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଅନୁରୋଧ କରିଛନ୍ତି । ଶନିବାର ଅପରାହ୍ନରେ ଯାଜପୁର ଟାଉନ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଅଧିକାରୀ ଶ୍ରୀ ଗିରି ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ପାଇଁ ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଚେଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ଶିଶୁ ଯେପରି ଏକ ସୁରକ୍ଷିତ ଓ ନିଶ୍ଚିତ ଶିକ୍ଷାପୂର୍ଣ୍ଣ ଜୀବନ ପାଇପାରିବେ ସେଥିପାଇଁ ସରକାର ଓ ସମ୍ବିଧାନ ବ୍ୟବସ୍ଥା କରିଥିବା ବେଳେ ପ୍ରତ୍ୟେକ ଏହାକୁ ନିଷ୍ଠାର ସହ ଅନୁପାଳନ ପାଇଁ ସେ ଅନୁରୋଧ କରିଥିଲେ । ବିସ୍ତୃତ ସୂଚନା ଦେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ୧୮ବର୍ଷରୁ କମ୍ ପ୍ରତ୍ୟେକ ଜଣେ ଜଣେ ଶିଶୁ ଓ ସେମାନଙ୍କର ଶିକ୍ଷା, ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ଶିଶୁ ତାହାର ସୁରକ୍ଷା ଓ ଅଧିକାର ପାଇଁ ସଚେତନ ନଥିବାରୁ ଏ କ୍ଷେତ୍ରରେ ସମାଜର ପ୍ରତ୍ୟେକ ବ୍ୟକ୍ତି ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ୧୦୯୮ ନମ୍ବରଟି ସେଥିପାଇଁ ହେଲ୍ପଲାଇନ୍ ଭାବେ ଉପଯୋଗ କରିବାକୁ ସେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶୁଭ୍ରାଂଶୁ ରାୟ ଶିଶୁ ମାନଙ୍କର ଆବଶ୍ୟକତା, ମନସ୍ତତ୍ତ୍ୱ ଓ ଅଭାବକୁ ଅନୁଧ୍ୟାନ କରିବା ସହ ତା ପରିବାର ଅବସ୍ଥାକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ଫୁଲ ଭଳି ଶିଶୁଟି କୋମଳ, ନରମ ହୃଦୟର ହୋଇଥାଏ । ତା ସହ ସ୍ନେହ ଓ ଆଦରପୂର୍ଣ୍ଣ ବ୍ୟବହାର କରିବା ତାହାର ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସୁଷମା ମଞ୍ଜରୀ ତ୍ରୀପାଠି, ଅନ୍ନପୂର୍ଣ୍ଣା ମିଶ୍ର, ମୋନାଲିସା ଓଝା, ଅନୀତା ନାୟକ, ମଧୁସ୍ମିତା ବେହେରା, ଅଞ୍ଜନା ଦାସ, ଝୁନୁବାଳା ସାମଲ, ଜୟଶ୍ରୀ ମହାପାତ୍ର, ରଞ୍ଜିତା କର, ମମତା ସେଠୀ ଓ ଶିକ୍ଷକ ମାୟାଧର ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ନୂଆଦିଲ୍ଲୀର ଜାତୀୟ ସ୍ତରର ଅନୁଷ୍ଠାନ ‘ନିଶା’ ପକ୍ଷରୁ ଜାତୀୟ ସ୍ତରରେ ଅଭିନବ ଶିକ୍ଷା ପ୍ରୟାସ ପାଇଁ ଯାଜପୁର ବ୍ଲକ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକଙ୍କୁ ପୁରସ୍କୃତ ଓ ପ୍ରଶଂସିତ କରାଯାଇଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close