ରାଷ୍ଟ୍ରୀୟ ମତଦାତା ସଚେତନତା ପ୍ରତିଯୋଗିତା

ଯାଜପୁର ; ୨୬/୦୨ (ବ୍ୟୁରୋ) : ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ତାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତା ମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସ୍ୟାହିତ ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା “ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟ ର ଶକ୍ତି’ ବିଷୟ ଆଧାରିତ ରାଷ୍ଟ୍ରୀୟ ମତଦାତା ସଚେତନତା ପ୍ରତିଯୋଗିତାର ଶୁଭାରମ୍ବ ହୋଇଛି । ଦ୍ଵାଦଶ ରାଷ୍ଟ୍ରୀୟ ମତଦାତା ଦିବସ- ୨୦୨୨ ପାଳନ ଅବସରରେ ଆରମ୍ବ ହୋଇଥିବା ଏହି ପ୍ରତିଯୋଗିତା ସମସ୍ତ ବଯସର ଲୋକଙ୍କ ପାଇଁ ଉପଲବ୍ଧ ଥିବାବେଳେ ମାର୍ଚ୍ଚ ୧୫, ୨୦୨୨ ପର୍ଯ୍ୟନ୍ତ ଏହା ଖୋଲା ରହିବ । ପାଞ୍ଚଟି ବର୍ଗ କୁଇଜ, ସ୍ଲୋଗାନ ପ୍ରସ୍ତୁତି, ଭିଡିଓ ପ୍ରସ୍ତୁତି, ଗୀତ ଗାଇବା ଏବଂ ପୋଷ୍ଟର ଡିଜାଇନ କରିବାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆନୁଷ୍ଟାନିକ , ପେଷାଦାର ଓ ଅନଭିଜ୍ଞ ଭଳି ତିନୋଟି ସ୍ତରରେ ହେଉଥିବା ଏହି ପ୍ରତିଯୋଗିତା ସମ୍ଭନ୍ଧରେ ସବିଶେଷ ତଥ୍ୟ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ https://ecisveep.nic.in/contest/ ତଥା voterawarnesscontest.in ରେ ମିଳିପାରିବ | ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗିମାନେ ସବିଶେଷ ବିବରଣୀ ସହିତ ଆବେଦନଗୁଡିକୁ ଇ-ମେଲ ଆଇଡି voter-contest@eci.gov.in ରେ ଇମେଲ କରିବେ । ଏଥି ସହିତ କେଉଁ ପ୍ରତିଯୋଗିତା ଏବଂ ବର୍ଗ ପାଇଁ ପ୍ରତିଯୋଗୀ ଆବେଦନ କରୁଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ । ସଙ୍ଗୀତ ଭିଡିଓ ପ୍ରସ୍ତୁତି ଓ ପୋଷ୍ଟର ଡିଜାଇନକୁ ତିନୋଟି ଲେଖାଏଁ ବର୍ଗରେ ବର୍ଗୀକରଣ କରାଯାଇଛି । ସେଥିନିମନ୍ତେ ଆର୍ଥିକ ପୁରସ୍କାର ବ୍ୟବସ୍ତା କରାଯାଇଛି । ଉକ୍ତ ୩ ଟି ବିଭାଗ ପାଇଁ ବର୍ଗୀକରଣ କରାଯାଇଥିବା ସଙ୍ଗୀତ ବିଭାଗରେ ଆନୁଷ୍ଟାନିକ (ସ୍କୁଲ, କଲେଜ, ୟୁନିଭର୍ସିଟି) ସଫଳ ପ୍ରତିଯୋଗୀଙ୍କ ୧ମ ପୁରସ୍କାର ୧ ଲକ୍ଷ ଟଙ୍କା, ୨ୟ ପୁରସ୍କାର ୫୦ହଜାର ଟଙ୍କା, ୩ୟ ପାଇଁ ୩୦ ହଜାର ଟଙ୍କା, ଓ ସ୍ଵତନ୍ତ୍ର ପାଇଁ ୧୫ହଜାର ଟଙ୍କା ରଖାଯାଇଛି ।ସେହିପରି ସଂଗୀତର ପେସାଦାର ସଫଳ ପ୍ରତିଯୋଗୀ ପାଇଁ ୧ମ ୫୦ହଜାର , ୨ୟ ୩୦ହଜାର, ୩ୟ ୨୦ହଜାର ଓ ସ୍ଵତନ୍ତ୍ର ୧୦ହଜାର ଟଙ୍କା ରଖାଯାଇଛି । ସଙ୍ଗୀତର ଅନଭିଜ୍ଞ ସଫଳ ପ୍ରତିଯୋଗୀ ପାଇଁ ୧ମ ୨୦ହଜାର , ୨ୟ ୧୦ହଜାର, ୩ୟ ୭ହଜାର ପାଞ୍ଚଶହ ଓ ସ୍ଵତନ୍ତ୍ର ପାଇଁ ୩ହଜାର ଟଙ୍କା ପୁରସ୍କାର ରଖାଯାଇଛି । ଭିଡିଓ ପ୍ରସ୍ତୁତିରେ ଆନୁଷ୍ଟାନିକରେ ୧ମ ପାଇଁ ୨ଲକ୍ଷ , ୨ୟ ୧ଲକ୍ଷ ,୩ୟ ୭୫ ହଜାର ଓ ସ୍ଵତନ୍ତ୍ର ୩୦ହଜାର , ପେସାଦାର ବର୍ଗରେ ୧ମ ୫୦ହଜାର , ୨ୟ ୩୦ହଜାର , ୩ୟ ୨୦ହଜାର ଓ ସ୍ଵତନ୍ତ୍ର ୧୦ହଜାର ଏବଂ ଅନଭିଙ୍ଗ୍ୟ ବର୍ଗରେ ୧ମ ୩୦ହଜାର, ୨ୟ ୨୦ହଜାର, ୩ୟ ୧୦ହଜାର ଏବଂ ସ୍ଵତନ୍ତ୍ର ୫ହଜାର ତାଙ୍କର ପୁରସ୍କାର ରଖାଯାଇଛି । ସେହିପରି ପୋଷ୍ଟର ଡିଜାଇନ ପ୍ରତିଯୋଗିତାରେ ଆନୁଷ୍ଟାନିକ ବର୍ଗରେ ୧ମ ୫୦ହଜାର, ୨ୟ ୩୦ହଜାର , ୩ୟ ୨୦ହଜାର, ଓ ସ୍ଵତନ୍ତ୍ର ପାଇଁ ୧୦ହଜାର, ପେସାଦାର ବର୍ଗରେ ୧ମ ୩୦ହଜାର, ୨ୟ ୨୦ହଜାର, ୩ୟ, ୧୦ହଜାର, ସ୍ଵତନ୍ତ୍ର ବର୍ଗରେ ୫ହଜାର ଏବଂ ଅନଭିଜ୍ଞ ବର୍ଗରେ ୧ମ ୨୦ହଜାର, ୨ୟ ୧୦ ହଜାର, ୩ୟ ୭ହଜାର ୫ଶହ ଏବଂ ସ୍ଵତନ୍ତ୍ର ପାଇଁ ୩ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ସ୍ଲୋଗାନ ପ୍ରତିଯୋଗୀତା ପାଇଁ ୧ମ ୨୦ହଜାର, ୨ୟ ୧୦ହଜାର, ୩ୟ ୭ହଜାର ୫ଶହ ଏବଂ ସ୍ଵତନ୍ତ୍ର ପୁରସ୍କାର ଭାବେ ୫୦ ଜଣ ଅଂଶଗ୍ରହଣକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ପାଇଁ ଘୋଷଣା କରଯାଇଅଛି । କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କୁ ଇସିଆଇ ର ପ୍ରତୀକ ସମ୍ଭଳିତ ବ୍ୟାଜ ପ୍ରଦାନ କରାଯିବାକୁ ଥିବାବେଳେ ଏଥିରେ ହେବାକୁ ଥିବା ୩ସ୍ତରୀୟ ସମସ୍ତ ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଇ –ସାର୍ଟିଫିକେଟ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ବିଶେଷ କରି ଆନୁଷ୍ଟାନିକ ବର୍ଗରେ ଥିବା ବିଦ୍ୟାଳୟ , ମହାବିଦ୍ୟାଳୟ , ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯେପରି ବହୁଳ ଭାବେ ଭାଗ ନିଅନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ ) ବିଭାଗ ତଥା ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ଵାରୋପ କାରାଯାଇଛି । ସେହିପରି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ , ପୌରପରିଷଦ ସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ଅନ୍ୟବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close