ବ୍ୟାସନଗରରେ ୫-ଟି ସଚିବ ଭି କେ ପାଣ୍ଡିଆନ, ମହିଳାମାନଙ୍କ ବିରାଟ ସମାବେଶରେ ଦେଲେ ଉଦ୍‌ବୋଧନ


ବ୍ୟାସନଗର, ୨୯/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚାନ୍ଦମା ସ୍ଥିତ ‘ମା’ କାଳୀ’ଙ୍କ ପଡ଼ିଆରେ ଆଜି ପୂର୍ବାହ୍ନରେ ରାଜ୍ୟର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଏକ ବିଶାଳ ମହିଳାମାନଙ୍କ ସମାବେଶରେ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇଥିବା କହିଛନ୍ତି । ଯାଜପୁର ଜିଲ୍ଲାର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମା’ ଓ ଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର ବିଭିନ୍ନ ମହିଳା ସଶକ୍ତୀକରଣ ଯୋଜନା ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଜନାମାନ କରିଆସୁଛନ୍ତି । ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ମଧ୍ୟ ଯୋଗାଇଦେଉଛନ୍ତି । ମିଶନ ଶକ୍ତିର ଅର୍ନ୍ତଭୁକ୍ତ ଯୋଜନାଗୁଡିକ ମହିଳାମାନଙ୍କ ଆଦୃତ ହେବା ସହିତ ଏହା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବେଶ ଭଳ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ତାଙ୍କ ସଭାକୁ ଲକ୍ଷାଧିକ ମହିଳା ଆସିଥିବାର ଦେଖାଯାଇଥିଲେ ହେଁ ବିରୋଧିଙ୍କ ତରଫରୁ ସେପରି ଖାସ ବିରୋଧ କରାଯାଇପାରି ନ ଥିବାର ଦେଖାଯାଇଛି । କଂଗ୍ରେସ ହାତ ଗଣତି କେଇ ଜଣ ମହିଳାଙ୍କୁ କଳା ଶାଢ଼ୀ ପିନ୍ଧାଇ ବିରୋଧ କରିଥିବାର ଦେଖାଯାଇଥିବା ବେଳେ ବିଜେପି ସହରରେ ହଜି ଗଲା ଭଳି ପ୍ରଦର୍ଶନ କରିଛି । ହେଲେ ପୂର୍ବରୁ ବିରୋଧ ଯୋରଦାର ହେବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ ହେଁ ଆଜିର ମହିଳାମାନଙ୍କ ସୁଅକୁ ଦେଖି ବିରୋଧିଙ୍କ ହୋସ ଉଡ଼ିଯାଇଥିବାର କୁହାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ କେତେକ ମହିଳା ସଂଗଠନ ପକ୍ଷରୁ ସଚିବଙ୍କୁ ଦାବୀପତ୍ର ଦିଆଯାଇଥିଲା । ବ୍ୟାସନଗର ପୈାରାଂଚଳରେ ବହୁ କଷ୍ଟ ସ୍ୱୀକାର କରି ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ‘ସ୍ୱଚ୍ଛ ସାଥି’ ଏବଂ ‘ସ୍ୱଚ୍ଛ ସୁପରଭାଇଜର’ମାନଙ୍କ ତରଫରୁ ବିଦ୍ୟୁତ୍‌ପ୍ରଭା ରାୟଜ୍ୟୋତ୍ସାରାଣୀ ଦତ ୫-ଟି ସଚିବଙ୍କୁ ଦାବୀ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନାଙ୍କ ସମେତ କେତେକ ସ୍ଥାନୀୟ ନେତା ଯଥା-ବ୍ୟାସନଗର ପୈାର ପରିଷଦର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, କାଉନସିଲର ପାର୍ଥସାରଥି ନାୟକ, ଶିବାନନ୍ଦ ନାୟକ ପ୍ରମୁଖଙ୍କ ଦେଖା ମିଳିଥିବା ବେଳେ ଜିଲ୍ଲାର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଦେଖା ମିଳି ନ ଥିଲା । ହେଲେ କାର୍ଯ୍ୟକ୍ରମଟି ବେଶ ସଫଳତାର ସହ ସଂପନ୍ନ ହୋଇଛି

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close