ବ୍ୟାସନଗର ପୌରପରିଷଦ କାର୍ଯ୍ଯାଳୟ ନୋଟିସ୍ ବୋର୍ଡରେ ଭୋଟର ମାନଙ୍କ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ବ୍ୟାସନଗର ; ୨୪/୦୨ (ନି ପ୍ର ) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ଦ୍ଧାରିତ ବ୍ୟାସନଗର ପୌରାଞ୍ଚଳର ଭୋଟର ମାନଙ୍କ ପାଇଁ ପୌରପରିଷଦ କାର୍ଯ୍ଯାଳୟ ନୋଟିସ୍ ବୋର୍ଡରେ ପୌରନିର୍ବାହି ଅଧିକାରୀ ଅଶୋକ କୁମାର ରାଉତ’ଙ୍କ ଉପସ୍ଥିତିରେ ପୌରକର୍ମଚାରୀ ମାନେ ଏହି ପୌରପାଳିକା ଅନ୍ତର୍ଗତ ୨୬ ଗୋଟି ୱାର୍ଡ’ରେ ରହିଥିବା ଜନସାଧାରଣ ଭୋଟର ମାନଙ୍କ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ’କୁ ପୌର ମତଦାତା ତଥା ଭୋଟର ମାନଙ୍କ ଅବଗତ ଉଦ୍ଦେଶ୍ୟରେ ନୋଟିସ ବୋର୍ଡରେ ଟାଙ୍ଗିଥୁବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ଏତଦ୍ବାରା ସର୍ବସାଧରଣଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ‘ଯେ ଓଡିଶା ମ୍ୟୁନିସିପାଲ ( ୱାର୍ଡ ମାନଙ୍କର ସାନି ସୀମା ନିର୍ଦ୍ଦାରଣ, ଆସନ ଆରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ର ନିୟମାବଳୀ ୧୫ ଅନୁଯାୟୀ ପ୍ରସ୍ତୁତ ସଂଲଗ୍ନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି ବୋଲି ସୁଚନା ମିଳିଛି । ତେବେ ଏହି ଭୋଟର ମାନଙ୍କ ତାଲିକା ପ୍ରସ୍ତୁତ ନିର୍ଦ୍ଦାରଣକୁ ପୌର ଭୋଟର ମାନେ ଉତ୍ସୁକତାର ସହିତ ଦେଖୁଥିବା ଦୃଶ୍ଯ ଦେଖିବାକୁ ମିଳିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close