ଯାଜପୁରରେ ଜିଲ୍ଳ୍‌ା ଆଇନ ସେବା ଦିବସ ପାଳିତ

ଯାଜପୁର, ତା ୦୯ା୧୧ : ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ, ଯାଜପୁର ତରପଂରୁ ଜାତୀୟ ଆଇନ ସେବା ଦିବସ ପାଳନ କରାଯାଇଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ସବ୍ ଜେଲ୍ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭା ମାଧ୍ୟମରେ ବିଚାରଧିନ କଏଦୀ ମାନଙ୍କୁ ସେମାନଙ୍କର ଅଧକାର, ପ୍ଳି-ବାର୍ଗେନିଂ ଇତ୍ୟାଦି ଆଇନର ଅନ୍ୟ ଦିଗ ଗୁଡିକ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଅନ୍ୟ ବିଚାରପତିଗଣ ତଥା ମିସ୍ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜେ.ଏମ୍‌.ଏସ୍‌.ସି., ଶ୍ରୀମତୀ ମଧୁସ୍ମିତା ନାୟକ, ଜେ.ଏମ୍‌.ଏସ୍‌.ସି., ହୃଷିକେଶ ପଣ୍ଡା, ସମାଜସେବୀ ଇତ୍ୟାଦି ଯୋଗଦେଇ କଏଦୀ ମାନଙ୍କୁ ସେମାନଙ୍କର ଆଇନର ବିଭିନ୍ନ ଦିଗ ସଂପର୍କରେ ପରାମର୍ଶ ଦେଇଥିଲେ । ଜେଲର ସୁନିଲ କୁମାର ପାତ୍ର ମଧ୍ୟ ସଭାରେ ଅଂଶ ଗ୍ରହଣ କରି କଏଦୀ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଅବଗତ କରାଇଥିଲେ । ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ପ୍ରାଧିକରଣ ତରପଂରୁ ମଧ୍ୟ ସୁଜନପୁର ପଞ୍ଚାୟତ ପ୍ରାଙ୍ଗଣରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ପ୍ରାଧିକରଣର ସଂମ୍ପାଦିକା ଶ୍ରୀମତୀ ଦାସ ଏହି ଶିବିରକୁ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କୁ ଆଇନ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଅନ୍ୟ ବିଚାରପତି ମାନଙ୍କ ସହ ଆଡଭୋକେଟ କୁଳମଣି ନାୟକ, ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ ଓ ଅନ୍ୟ ସଦସ୍ୟଗଣ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଳ୍‌ା ଆଇନସେବା ପ୍ରାଧିକରଣ ତରପଂରୁ “ଘଇଖଝଇ” ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଳ୍‌ାର ସମସ୍ତ ବ୍ଳ୍‌କ ସ୍ତରରେ “ଚବଦ୍ଭ ଓଦ୍ଭୟସବ ଉବଜ୍ଞକ୍ଟ୍ରବସଶଦ୍ଭ” ଭିତ୍ତିକ ଏକ ସଚେତନତା ଶିବିର ପାରା ଲିଗାଲ ଭଲ୍ୟୁଣ୍ଟର (ଚଖଠ) ତଥା ପ୍ୟାନେଲ ଲୟର ମାନଙ୍କ ମାଧ୍ୟମରେ ପରିଚାଳନା କରାଯାଉଚ୍ଥି । ଏହା ଅକ୍ଟୋବର ୩୧ ରୁ ନଭୋମ୍ୱର ୧୩ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କ ସଚେତନତା ଆଧାରରେ କରାଯାଉଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close