ଯାଜପୁର ଜିଲ୍ଲା ୱେବ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ନିର୍ବାଚନୀ ହିଂସାକୁ ନେଇ ପ୍ରତିବାଦ ଓ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଦାବିପତ୍ର ପ୍ରଦାନ

ଯାଜପୁର/କୋରେଇ ; ୨୩/୦୨(ନି ପ୍ର) : ଯାଜପୁର ଜିଲ୍ଲା କୋରେଇ ଓ ବିଝାଂରପୁର ବ୍ଲକ ନିର୍ବାଚନ ଭୋଟ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଜଣାଯାଇଛି । ସବୁଠୁ ବଡ଼ ନିର୍ବାଚନୀ ହିଂସା ଦେଖାଦେଇଥିଲା ବିଝାଂରପୁର ବ୍ଲକ ଅର୍ନ୍ତଗତ ବାଚ୍ଛୋଳ ଗ୍ରାମପଞ୍ଚାୟତ ବାମଦେବପୁର ଗ୍ରାମର ୦୨ ନମ୍ବର ବୁଥ୍‌ରେ । ୦୩ ଜଣ କାର୍ଯ୍ୟରତ ଆଗ ଧାଡ଼ିର ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କ ଉପରେ ହୋଇଥିଲା ସଂଘବଦ୍ଧ ମରଣାନ୍ତକ ଆକ୍ରମଣ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ଦୁବୃତମାନେ । ଏହି ଦୃର୍ଶ୍ୟ ଅତୀବ ଅମାନୁଷିକ ଥିଲା । ମଙ୍ଗଳବାର ପୂର୍ବାହ୍ନରେ ବିଂଝାରପୁରରେ ସମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଯାଜପୁର ଜିଲ୍ଲା ୱେବ ମିଡିଆ ସଙ୍ଘ ପକ୍ଷରୁ ପ୍ରଥମେ କୋରେଇଥାନା ଅଧିକାରୀ ରଣଜିତ କୁମାର ମହାନ୍ତି ଓ କୋରେଇ ବ୍ଳକରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ୱେବ ମିଡିଆ ସଂଘର ବରିଷ୍ଠ ସମ୍ବାଦିକ ଭୁବନମୋହନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଯୁବ ୱେବ ମିଡ଼ିଆ ସଂଘର ସଭାପତି ତପନ ମିଶ୍ର ଓ ଉପସଭାପତି ପଦ୍ମଲୋଚନ ନାୟକଙ୍କ ସହ ସଦସ୍ୟ ବିନୟ କୁମାର ରାଉତ ,ପ୍ରମୋଦ କୁମାର ପାତ୍ର,ଉଦୟବଟର ସହ ସମ୍ପାଦକ ତଥା ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ , ପ୍ରହଲ୍ଲାଦ ଦେଓ,ସନ୍ତୋଷ କୁମାର ରଥ ,ରବିନ୍ଦ୍ର ରାଉତ , ପ୍ରଥମେ ସାଦକପୁର ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସେହିଠାରେ ସମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଥିଲେ। ଏଥିସହିତ କିଭଳି ସମ୍ବାଦିକ ମାନଙ୍କୁ ଖବର ସଂଗ୍ରହ ବେଳେ ସୁରକ୍ଷା ଦେବା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ଏହାପରେ ସମସ୍ତ ପ୍ରତିନିଧି ମାନେ କୋରେଇ ବ୍ଳକ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ରଂଜନ କୁମାର ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ୱେବ ମିଡିଆ ସଙ୍ଘ ପକ୍ଷରୁ ପରେ ପରେ ପାଣି କୋଇଲିର ଏସ.ପି.ଙ୍କ କାର୍ଯ୍ୟାଳୟରେ ପହିଁଚି ଏସ.ପି.ଓ ଡି.ଏସ.ପି.ଙ୍କ ଅନୁପସ୍ଥିତରେ ସ୍ମାରକ ପ୍ରଦାନ ଏସ.ପି.ଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ରାଜ୍ୟସ୍ଥରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପ୍ରତି ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି କହିଥିଲେ। ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମାନ୍ୟବର ନିର୍ବାଚନ କମିଶନର ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଭିନ୍ନ ମହଲରେ ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରାୟ ସମସ୍ତେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଶା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close