ପୋଖରୀରେ ବୁଡି ଦୁଇ ଶିଶୁ ମୃତ

ମୟୁରଭଞ୍ଜ ;୨୧/୦୨ (ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମପଞ୍ଚାୟତ କଦଳୀବାଳି ସାହିରେ ରବିବାର ଏକ ଅଘଟଣ ଘଟିଛି। ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଶିଶୁ ହେଲେ କଦଳିବାଳି ସାହିର ମାଝୀ ହେମ୍ବ୍ରମଙ୍କ ଶିଶୁ ପୁତ୍ର ରାଜେଶ ହେମ୍ବ୍ରମ (୩) ଏବଂ ଯୁଗୁ ହେମ୍ବ୍ରମଙ୍କ ଶିଶୁ କନ୍ୟା ସୁମି ହେମ୍ବ୍ରମ (୩)। ସଂପର୍କରେ ଦୁଇ ଶିଶୁ ଭାଇ ଭଉଣୀ ବୋଲି ଜଣାପଡିଛି। ପୁଲିସ ଶବ ଦୁଇଟିକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ ସୁମିର ମାଆ ଅପରାହ୍ନ ପ୍ରାୟ ତିନିଟା ବେଳେ ଦୁଇଜଣଙ୍କୁ ଖାଇବା ପାଇଁ ଦେଇଥିଲେ। ଦୁଇଜଣ ଖାଇସାରିବା ପରେ ଘର ପାଖରେ ଖେଳୁଥିଲେ। ଏହି ସମୟରେ ସୁମିର ମାଆ ଘର କାମରେ ବ୍ୟସ୍ତ ରହିଗଲେ। ହଠାତ୍ ଛୁଆଙ୍କ କଥା ମନେ ପଡ଼ିବାରୁ ପାଖରେ ନ ପାଇ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁ ଦୁଇଟିକୁ ପାଇନଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ସୁମିର ମାଆ ହଠାତ୍ ଖବର ପାଇଲା ଯେ, ଦୁଇ ଶିଶୁ ପାଖରେ ଥିବା ପୋଖରୀ ଆଡ଼କୁ ଯାଇଛନ୍ତି। ଖବର ପାଇ ପୋଖରୀ ପାଖକୁ ଯାଇ ଦେଖିଲା ବେଳକୁ ପୋଖରୀରେ ସୁମି ଭାସୁଥିବା ବେଳେ ରାଜେଶର ପତ୍ତା ନଥିଲା। ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ରାଜେଶ ବି ମିଳିଥିଲା। ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ଶିଶୁ ଦୁଇଟି କୁ ପ୍ରାୟ ସନ୍ଧ୍ୟା ୭ଟା ବେଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଦୁଇ ଶିଶୁ ଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close