ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଇଣ୍ଟର ସ୍କୁଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର ; ୧୮/୦୨ (ନି.ପ୍ର) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଇଣ୍ଟର ସ୍କୁଲ ଜୁନିୟର ଅନଲାଇନ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୨ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା, ଏକାଡେମୀକ ମୁଖ୍ୟ ବଲବୀର ସିଂ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁଭଦ୍ରା ମହାନ୍ତି ଓ ଦୀପକ ରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟ ଓ ଗାଇଡ଼ କ୍ୟାପଟେନ ଧରିତ୍ରୀ ମିଶ୍ର ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ଚିତ୍ରାଙ୍କନ ବିଭାଗର ଶିକ୍ଷକ ଉଦୟ କୁମାର ଓଝା ଓ ନୃତ୍ୟ ଶିକ୍ଷିକା ପ୍ରୀୟଙ୍କା ବେହେରା ଉଭୟ ଚିତ୍ର ଓ ନୃତ୍ୟ କ୍ଷେତ୍ରରେ ପିଲାଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉଭୟ ଚିତ୍ର ଓ ନୃତ୍ୟ ପ୍ରତିଯୋଗିତାରେ ସୋନିଆ ବେଦୀ ପ୍ରୋଗ୍ରାମ କୋଡ଼ିନେଟର ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସ୍ଵରାଜ ଦାସ,ପ୍ରିୟାନଶୀ ବରାଳ,ଦ୍ୱିତୀୟ ସ୍ଥାନରେ ସଂପୂର୍ଣା ରାଉତରାୟ, ଅଧିରାଜ ଧଳ,ଓମଶ୍ରୀ ପରିଡା,ତୃତୀୟ ସ୍ଥାନରେ ଲାଭାଂଶି,ଅଲମାନ, ଅଂଶୁମାନ, ଜୁରୀ ଆୱାର୍ଡ଼ରେ ତିରିଶା ଧର,ରାଶି ମାଝୀ ଓ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ମିଶିତା ମୁଖାର୍ଜୀ, ସମୃଦ୍ଧି, ରାଦାନ୍ୟା ,ଦ୍ୱିତୀୟ ସ୍ଥାନରେ ସମୃଦ୍ଧି ପାଲ, ତୃତୀୟ ସ୍ଥାନରେ ଲାଭାଂଶି,ଏସ ଡ଼ି ଅଂଶୁମାନ, ଶ୍ରୀତି,ଜୁରୀ ଆୱାର୍ଡ଼ରେ ରାଶି ମାଝୀ, ସାଇ ସମ୍ପର୍ଣାଙ୍କୁ ମେଡାଲ ଓ ସାର୍ଟିଫିକେଟରେ ପୁରସ୍କୃତ କରାଯାଇଥିଲା। ଉକ୍ତ ସମାରୋହରେ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ସତ୍ୟନାରାୟଣ ପଣ୍ଡା, ବିଶ୍ୱରଞ୍ଜନ ଦିବେଦୀ,ଅମୀୟ କୁମାର,ପ୍ରଭାତ ମହାରଣା, ପ୍ରଦ୍ୟୁମ୍ନ ପାଢ଼ୀ, ତୁଷାରକାନ୍ତ ଶତପଥି, ଆର୍ଯ୍ୟନ କୁମାର ରାଉତ ,ସୁକାନ୍ତ କୁମାର , ଶୀତଲ ବିରାଗଡେ,ଜ୍ୟୋତି ଝା,ପ୍ରମିଳା ବେହୁରା, ଅନନ୍ଦିତା ବେହୁରା,ତେଜସ୍ୱିନୀ, ବିଦ୍ୟାବତୀ,ସୁଜାତା ପରିଡା,ତୃପ୍ତି ରାୟ,ଶାନ୍ତିଲତା ପାଲଟାସିଂ ,ଚିନ୍ମୟୀ, ସସ୍ମିତା,ତେଜସ୍ୱିନୀ,ପୁନମ ଗୁପ୍ତା, ବିଭା ଶୁକ୍ଳା, ପ୍ରାର୍ଥନା ଦାସ,ଅଞ୍ଜନା ମହାପାତ୍ର, ହେମାଙ୍ଗିନୀ ଦେହୁରୀ, ସ୍ମିତା ପଣ୍ଡା,ନିଳିମା ପୁହାଣ, ନିଲମ ମିଶ୍ର, ସ୍ରୋତାଶ୍ୱିନୀ, ନିବେଦିତା, ସ୍ଥିତିମୟୀ, ପ୍ରଭାସିନୀ, ସୁଜାତା ପରିଡା ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close