ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ


ଯାଜପୁର ; ୨୭/୦୧ (ନି ପ୍ର) : ଚଳିତ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ସ୍ୱଚ୍ଚ୍ଥ, ନିର୍ମଳ, ସୁରକ୍ଷିତ ଓ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ମଧ୍ୟରେ ପରିଚାଳନା କରିବାକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁଣନିଧି ପରିଡା ମତ ବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସମସ୍ତ ବି.ଡି.ଓ. ତଥା ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଯୋଗ ଦେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପରିଡା ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ସହ ଖର୍ଚ୍ଚ ସୀମା ମଧ୍ୟ ଧାର୍ଯ୍ୟ କରିଚ୍ଥନ୍ତି ବୋଲି କହିଥିଲେ । ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପାଇଁ ସର୍ବାଧିକ ୫ ଲକ୍ଷ ଓ ସରପଞ୍ଚ, ସମିତି ସଦସ୍ୟ ମାନଙ୍କ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଚ୍ଥି । ତେଣୁ ଦୈନନ୍ଦିନ ଭାବେ ଏହାକୁ ଖର୍ଚ୍ଚ ତାଲିକାରେ ଉପଯୁକ୍ତ ଭାବେ ଲିପିବଦ୍ଧ କରିବା ସହ ବି.ଡି.ଓ. ମାନେ ଏହାକୁ ଅନୁଧ୍ୟାନ ବା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ତତଃ ଦୁଇଥର ବି.ଡି.ଓ. ଓ ପର୍ଯ୍ୟବେକ୍ଷକ ଏହାକୁ ସମୀକ୍ଷା କରିବେ ।ତେଣୁ ସମସ୍ତ ପ୍ରାର୍ଥୀ ମାନଙ୍କୁ ଏ ସଂପର୍କରେ ଅବଗତ କରାଇ ଖର୍ଚ୍ଚକୁ ସଠିକ ଭାବେ ଲିପିବଦ୍ଧ କରିବା ସଂପର୍କରେ ସେମାନଙ୍କୁ ସଚେତନ କରାଇବାକୁ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ସର୍ବାଧିକ ଖର୍ଚ୍ଚ ସୀମା ମଧ୍ୟରେ ପ୍ରାର୍ଥୀ ମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ନିର୍ବାଚନ ଗାଡିର ଖର୍ଚ୍ଚ, ବ୍ୟାନର, ପୋଷ୍ଟର, ଲିଫଲେଟ୍ ଖର୍ଚ୍ଚ, ନାମାଙ୍କନ ଦାଖଲ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ସାମିଲ କରିବାକୁ ସେ କହିବା ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଭିନ୍ନ ବ୍ଳ୍‌କକୁ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସମସ୍ତ ବି.ଡି.ଓ., ଗ୍ରାମ ପଞ୍ଚାୟତ ଅଧିକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନୋଡାଲ ଅପିଂସର କ୍ଷିତିଶ ବଳ, ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close