ହନୁମାନ ମନ୍ଦିରର ହନୁମାନ ବାଟିକାକୁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ନଷ୍ଟ କରିବାକୁ ଉଦ୍ୟମ

ବ୍ୟାସନଗର ; ୦୮/୦୨ (ବ୍ୟୁରୋ) : କୋପଣ୍ଡ ମୌଜା ମୁଣ୍ଡମାଳ ଗ୍ରାମ ୱାର୍ଡ଼ ନ ୨୪ ରେ ଥିବା ହନୁମାନ ମନ୍ଦିରର ହନୁମାନ ବାଟିକାକୁ ସ୍ଥାନୀୟ କିଛି ଅସାମାଜିକ ପୁରୁଷ ମହିଳା ମିଶି ହନୁମାନ ବଟିକାକୁ ଟାଙ୍ଗିଆ କଟା ଭୁଜାଲି ଶାବଳ ପ୍ରଭୁତି ଜିନିଷ ଆଣି ସମ୍ପୂର୍ଣ ହନୁମାନ ବାଟିକାଟିକୁ ନଷ୍ଟ କରିଦେଇଥିବା ଖବର ପ୍ରକାଶ ପାଇଛି। ସେହି ମନ୍ଦିର ଓ ହନୁମାନ ବଟିକାର ଦାୟିତ୍ୱରେ ଥିବା ବସନ୍ତ କୁମାର ପାତ୍ର ତାଙ୍କର ଏପ୍ରକାର କାର୍ଯ୍ୟ ଦେଖି ପ୍ରତିବାଦ କରିବାରୁ ସେମାନେ ସଂଗବଧ ଭାବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ୍ୟ ଦେଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବାପରେ ସଂଗେସଂଗେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ  ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରିଥିଲେ। କିନ୍ତୁ ଦୁଃଖର ବିଷୟ ସେହିଲୋକମାନେ ମଦପିଇ ସେଠାରେ ଏଡ଼ିଏମ ସାର, ନଗରପାଳ ଓ ନାଗରିକ ମଞ୍ଚ,ଉଦୟବଟ ଓ କିଛି ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ୱାରା ଲଗାଯାଇଥିବା  ଦାମୀ ଗଛ ଯାହାକି ସମାଜର ମଙ୍ଗଳ ନିମନ୍ତେ  ଉଦିଷ୍ଟ ସେସବୁକୁ ସେମାନେ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ସେହିଲୋକ ମାନେ ଆଗରୁ ମଠ ସମ୍ପତ୍ତିକୁ ବିକ୍ରି କରିଛନ୍ତି  କରୁଛନ୍ତି ମଧ୍ୟ । ଏ ବିଷୟରେ ଆଗରୁ ତହସିଲଦାର ଓ ଯାଜପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏବେ ସେଠାରେ ଥିବା ମଠ ସମ୍ପତ୍ତି ୭ଏକର ପାଖାପାଖି ଜମିକୁ କୁ ଜୋର ଜବରଦସ୍ତ ଦଖଲ କରି ସେଠାରେ ଏକ ଘର ତିଆରି ଆରମ୍ଭ କରିବାରେ ଲାଗିଛନ୍ତି। ଆଗରୁ ସେଠାରେ ଘଟୁଥିବା ଜୁଆ ଖେଳ, ଗଂଜେଇ, ମଦବେପାର ଓ ପାଖ ଆଖରେ ଘଟୁ ଥିବା ଚୋରି କେବଳ କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମୁଣ୍ଡମାଳ ଗାଁ ବଦନାମ ହେଉଥିବା କୁହାଯାଉଛି। ଏହା ଆଇନ ବିରୁଦ୍ଧ କାମ ହେଲାଭଳି ଲାଗୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close