ହଟଡିହୀ ବ୍ଲକ ସୋସୋ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ

ହାଟଡ଼ିହୀ ; ୩୧/୦୩ (ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ) : କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ସିଂ(ନାଣ୍ଡୁ ସିଂ) ଙ୍କ ୬୬ବର୍ଷ ବୟସରେ ପରଲୋକ ଘଟିଛି। ସୂଚନାନୁଯାୟୀ  ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ହଠାତ ତାଙ୍କର ଦେହାନ୍ତ ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ପରୋପକାରୀ, ମିଷ୍ଠଭାଷୀ,ସମାଜସେବୀ ଭାବରେ ଖୁବ ପରିଚିତ ଥିଲେ।ତାଙ୍କ ଦ୍ୱାରା ବହୁ ଉନ୍ନତି ମୂଳକ କାର୍ଯ୍ୟ ସୋସୋ  ପଂଚାୟତରେ ସମ୍ଭବ  ହୋଇପାରିଥିଲା।  ସେ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ବଉଳା କଲେଜକୁ ପ୍ରତିଷ୍ଠିତ କରାଇ ଲୋକଲୋଚନକୁ ଆସିଥିଲେ। ତାଙ୍କର କାର୍ଯ୍ୟଶୈଳୀ ସୋସୋ ପଂଚାୟତ ପାଇଁ ଏକ ଉଦାହରଣ ହୋଇଯାଇଛି। ତାଙ୍କର ସେବା ପରାୟଣ ନୀତି ଯୋଗୁଁ ସେ ସମସ୍ତ ଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଥିବେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close