ସ୍ପୋଟ୍ସ ଡେଭଲପମେଂଟ ଆଣ୍ଡ ପ୍ରମୋସନ୍ ଫେଡେରେସନ୍ ଇଣ୍ଡିଆର ୬ଷ୍ଠ ଇଣ୍ଡୋ ନେପାଳ ଇଂଟରନ୍ୟାସନାଲ ଚାମ୍ପିଆନସିପ୍

ବ୍ୟାସନଗର,୩୧/୦୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ପୋଟ୍ସ ଡେଭଲପମେଂଟ ଆଣ୍ଡ ପ୍ରମୋସନ୍ ଫେଡେରେସନ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ୬ଷ୍ଠ ଇଣ୍ଡୋ ନେପାଳ ଇଂଟରନ୍ୟାସନାଲ ଚାମ୍ପିଆନସିପ୍ ଯାହାକି ନେପାଳର ପୋଖରା ରଙ୍ଗଶାଳା ଇଂଟରନ୍ୟାସନାଲ ଷ୍ଟାଡିୟମରେ ଚଳିତ ମାସ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିଆନସିପ୍‌ରେ ଭାରତର ଖେଳାଳିମାନେ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଭଲିବଲରେ ବିକାଶ ବେହେରାଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍ ଟିମ୍ ପ୍ରଥମେ ବାଂଲାଦେଶ ପରେ ଭୁଟାନକୁ ବାଜିମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲେ । ହେଲେ ଫାଇନାଲରେ ଭୁଟାନ ସହ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାତ୍ର ଦୁଇ ପଏଂଟ ପଛରେ ରହି ରନର୍ସ ଅପ୍ ହୋଇଥିଲା ଭାରତ । କିନ୍ତୁ ବିକାଶ ବେହେରା ଖେଳି ଥିଲେ ଆକ୍ରମଣାତ୍ମକ ଇନିଂସ । ବେଷ୍ଟ ଅଫ୍ ପ୍ଲେୟାର୍ ପୁରସ୍କାର ମଧ୍ୟ ପାଇଥିଲେ । ପିଲାଟି ବେଳୁ ଭଲିଖେଳ ପ୍ରତି ବେଶ୍ ଦୁର୍ବଳତା ରହିଥିଲା । ଗରିବ ପରିବାରରେ ଜନ୍ମିତ ବିକାଶ ଦିନେ ନିଜ ଦେଶର ଅଧିନାୟକ ଦାୟିତ୍ୱ ତୁଲାଇବା ସହ ବିଦେଶୀ ମାଟିରେ ପାଦ ପକାଇବା ଥିଲା ତାଙ୍କର ସ୍ୱପ୍ନ । ଏହି ସ୍ୱପ୍ନ ସାକାର କରିବା ପାଇଁ ବିକାଶଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବଡ଼ଚଣା ବ୍ଲକର ଯୁବ ସାମ୍ବାଦିକ ସୁଶାନ୍ତ କୁମାର ବେହେରା । ଫିଟ୍ ଇଣ୍ଡିଆ ଦ୍ୱାରା ଆୟୋଜିତ କ୍ରିଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିକାଶଙ୍କୁ ପ୍ରଥମେ ଓଡ଼ିଶା ମାଟିରୁ ନେଇ ମଧ୍ୟପ୍ରଦେଶରେ ଖେଳାଇଥିଲେ । ଏକ ରୋମାଂଚକର ଖେଳରେ ଓଡ଼ିଶା ଟିମ୍ ଉତରାଖଣ୍ଡ ଠାରୁ ଫାଇନାଲରେ ହାରି ଯାଇଥିଲେ ସୁଦ୍ଧା ବିକାଶ କିନ୍ତୁ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣରେ ଥିଲେ । ଏହାପରେ ବିକାଶଙ୍କୁ ମିଳିଲା ବିଦେଶୀ ମାଟିରେ ଖେଳିବାର ସୁଯୋଗ । ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ବିକାଶଙ୍କୁ କୋଚ୍ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ତେବେ ସେ ନିଜ ରାଜ୍ୟ ସହ ଦେଶର ଗୌରବ ବଢ଼ାଇ ପାରିବେ ବୋଲି ଆଶା ଓ ବିଶ୍ୱାସ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close