‘ଉଦୟବଟ’ ତରଫରୁ ୭୩ତମ ଜନରାଜ୍ୟ ଦିବସ ପାଳିତ, ଟି-୨୦ କ୍ରିକେଟ ମ୍ୟାଚ୍ ଓ ୪ ଦିନିଆ ବ୍ୟାଡ଼ମିଂଟନ ପ୍ରତିଯୋଗିତା

ଯାଜପୁରରୋଡ,୩୧/୧: ବ୍ୟାସନଗର ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସମ୍ମାନିତ ଅତିଥି ଭାବେ ଏସଏଲଆର ଲିମିଟେଡ, ନୂଆଦିଲ୍ଲୀର ଆର.ସି.ଏମ ବିଶିକେଶନ ଜେନା, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଏନ.ସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାସ, ଜି. ସୁରେନ୍ଦ୍ରନ୍ ପିଲାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ଠାରେ ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟୁତ୍‌ପ୍ରଭା ରାୟ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଅରୁଣ ଦାସ, ପ୍ରଫୁଲ୍ଲ ବାରିକ, ସମର ମଣ୍ଡଳ, ହରଦୟାଲ ସିଂ, ରମେଶ ଦାସ, ଦେବେନ୍ଦ୍ର ମଲ୍ଲିକ, ସୁମିତ୍ରା ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଗୟାଧର ଭଦ୍ର, ବାବୁଲି ବେହେରା, ମଂଟୁ ଜେନା, ଶିକ୍ଷକ ସୈାଭାଗ୍ୟ ମୁଦୁଲି, ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ରାଧାକାନ୍ତ ସାମଲ, କାଂଚନ ନାୟକ, ଗୋଲାପ ମଲ୍ଲିକ, ନରହରି ବେହେରା, ବିକାଶ ମଣ୍ଡଳ, ଚକ୍ରଧର ମଲ୍ଲିକ, ସୁରେଶ ମହାପାତ୍ର, ଦମୟନ୍ତି ବଳ, ନିରୋଦ ବେହେରା, ସୁମନ ରାୟ, ସମୀର ମିଶ୍ର, ସୁମନ୍ତ ରାଉତ, ସୁବାଷ ଜେନା, ସୁମତି ବାରିକ, ଅର୍ଣ୍ଣପୂର୍ଣ୍ଣା ରାୟ, ଇନ୍ଦୁମତି ସାହୁ, ଭାରତୀ ବେହେରା, ମିଟି ମହାରଣା, ବିଜୟଲକ୍ଷ୍ମୀ ପଣ୍ଡିତ, ଶୈଳେନ୍ଦ୍ର ବିନୋଦ, ଅଭିରାମ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ସକାଳେ ଫେରୋକ୍ରୋମ କାରଖାନା ପଡ଼ିଆରେ ଟି-୨୦ ସୀମିତ ଓଭର କ୍ରିକେଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ବୃକ୍ଷରୋପଣ କରାଯାଇଥିଲା । ସନ୍ଧ୍ୟାରେ ୦୪ ଦିନିଆ ଦିବାରାତ୍ର ବ୍ୟାଡମିଂଟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କ୍ରିକେଟ ମ୍ୟାଚକୁ ଫେରୋକ୍ରୋମ କାରଖାନାର ଡି.ଜି.ଏମ ଅଶୋକ କୁମାର ସାହୁ ଓ ଏଜିଏମ ରଶ୍ମିରଂଜନ ବିଶ୍ୱାଳ ଉଦ୍‌ଘାଟନ କରିଥିବା ବେଳେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ୧ମ ଦିନ ଓ ଏସଏଲଆର ଲିମିଟେଡ, ନୂଆଦିଲ୍ଲୀର ଆର.ସି.ଏମ ବିଶିକେଶନ ଜେନା ୨ୟ ଦିନର ବ୍ୟାଡମିଂଟନ ପ୍ରତିଯୋଗିତାକୁ ଫିତା କାଟି ଶୁଭାରମ୍ଭ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close