ଅଣଓସାରିଆ ପୋଲ ପାଇଁ ତଳକୁ ଖସିଲା ସ୍କର୍ପୀଓ

ମୟୁରଭଞ୍ଜ;୩୦/୦୧( ‌ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ): ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ହଳଦୀପାଳ ନଦୀ ବନ୍ଧ ଉପରୁ ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ସ୍କର୍ପୀଓ । ଚାରି ଗୁରୁତ୍ୱରଙ୍କୁ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ ସ୍କର୍ପୀଓଟି ବିହାର ରାଜ୍ୟରୁ ପଡୋଶୀ ପଶ୍ଚିମବଙ୍ଗର ଦୀଘାକୁ ଯିବାର ଥିଲା । ଓଣ ଅସାରିଆ ବନ୍ଧ ତଥା ଚଟାଣ ଯୋଗୁଁ ଡ୍ରାଇଭର ଜାଣିନପାରି ଭାରସାମ୍ୟ ହରାଇ ପାଣିରେ ଓଲଟି ପଡିଥିଲା ସ୍କର୍ପୀଓ । ସ୍କର୍ପୀଓରେ ମୋଟ ସାତ ଜଣ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । ସାତ ଜଣ ମଧ୍ୟରୁ ଚାରି ଜଣ ଗୁରୁତର ଥିବା ଦେଖି ନିକଟସ୍ଥ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବାରିପଦା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ସାତ ଜଣ ମଧ୍ୟରୁ ବହଡାଗୋଡା ଅଞ୍ଚଳର ବିକାଶ ମହାତୋ, ସମୀନ କୁଇରା, ସୁରଜ ବେହେରା ଓ ବିହାର ଅଞ୍ଚଳର ବିଷ୍ଣୁ ଭକ୍ତା, ରବିଶ କୁମାର, ରମେଶ କୁମାର, ଉଦୟ ଚୁର ଥିଲେ । ତେବେ ସ୍ଥାନୀୟ ଲୋକମାନେ ଦାବି କରିଥିଲେ ଓଣ ଅସାରିଆ ପୋଲ ଥିବାର ସୂଚନା ଫଳକ ଲଗାଇବା ପାଇଁ ନଚେତ ଆଗାମୀ ଦିନରେ ଏନେଇ ଧାରଣା ଦିଆଯିବ ବୋଲି ଦାବି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close