ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ ଅନୁଷ୍ଠିତ

ଯାଜପୁର,୨୮/୦୩ (ନି ପ୍ର ) : ସୋମବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ ସ୍ଥାନୀୟ ଗଣେଷ ପ୍ୟାଲେଶ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଊକ୍ତ ଊତ୍ସବରେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗରେ ଆଶାକର୍ମୀ ମାନଙ୍କର ଊପସ୍ଥିତି ଏକ ବୈପ୍ଳବାତ୍ମକ ପଦକ୍ଷେପ । କୋଭିଡ ମହାମାରୀ ସମୟରେ ସେମାନେ ଯେଊଁ ପରାକାଷ୍ଠା ଦେଖାଇଚ୍ଥନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଆଜିର ସମାବେଶରେ ସେମାନଙ୍କୁ ପୁରସ୍କୃତ କରି ଊତ୍ସାହିତ କରିବା ଦ୍ୱାରା ସେମାନଙ୍କର ମାନୋବଳ ଆହୁରି ଦୃଢିଭୁତ ହେବ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଆଶା, ଅଙ୍ଗନୱାଡି ଓ ଏ.ଏନ୍‌.ଏମ. ମାନଙ୍କର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ସେମାନେ ଆମର ପ୍ରଣମ୍ୟ ଓ ସମାଜ ପାଇଁ ନମସ୍ୟ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିସାଧିକରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ଅଧ୍ୟକ୍ଷତା କରି ଆମ ଜିଲ୍ଳ୍‌ା ସ୍ୱାସ୍ଥ୍ୟ କ୍ଷେତ୍ରରେ ୯୫ ପ୍ରତିଶତ ସପଂଳତା ହାସଲ କରିଚ୍ଥି ଓ ଏହା ଆଶା କର୍ମୀ ମାନଙ୍କ ଯୋଗୁ ସପଂଳ ହୋଇପାରିଚ୍ଥି ବୋଲି କହିଥିଲେ । ସ୍ୱାସ୍ଥ୍ୟ ବିଭାଗରେ ଚିକିତ୍ସା ସହିତ ସ୍ୱାସ୍ଥ୍ୟ ସଚେତନତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବା ପ୍ରଦାନ କରିବାରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ବଳିଷ୍ଠ ଭୂମିକା ସମ୍ପାଦନା କରିଆସୁଚ୍ଥନ୍ତି । ନିରନ୍ତର ସେବା ଏବଂ କଠିନ ପରିଶ୍ରମ ସହିତ ଅନୁଷ୍ଠାନ ମାନଙ୍କର ସହଭାଗିତା ଯୋଗୁ ଦେଶରେ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ, ଏବଂ ସଂକ୍ରାମକ ରୋଗ ଭଳି ଜନହାନି ଘଟାଊଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରାଇବାରେ ସପଂଳ ହୋଇଚ୍ଥନ୍ତି ବୋଲି ସେ କହିଥିଲେ । ପ୍ରାରମ୍ଭରେ ଏ.ଡି.ଏମ୍‌.ଓ. ଡା. ଶିବାଶିଷ ମହାରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଏହି ସମାବେଶର ଆଭିମୁଖ୍ୟ ଊପରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାରେ ୧୮୮୩ ଜଣ ଆଶା କର୍ମୀ କାର୍ଯ୍ୟରତ ଅଚ୍ଥନ୍ତି ଏବଂ ୧୫୩୭ ଟି ଗାଁ କଲ୍ୟାଣ ସମିତି ଗଠନ ମଧ୍ୟ କରାଯାଇଚ୍ଥି ଏବଂ ସହରାଂଚଳ ୧୭ ଟି ମହିଳା ଆରୋଗ୍ୟ ସମିତି କାର୍ଯ୍ୟ କରୁଅଚ୍ଥି । ପ୍ରତ୍ୟେକ ବର୍ଷ ଆଶା କର୍ମୀ ଏବଂ ଗାଁ କଲ୍ୟାଣ ସମିତି ଅନୁଷ୍ଠାନରେ ଥିବା କର୍ମକର୍ତ୍ତାଙ୍କୁ ଊତ୍ସାହିତ କରିବା ନିମନ୍ତେ ତଥା ତାଙ୍କର ସହଭାଗିତାକୁ ସ୍ୱୀକାର କରିବା ନିମନ୍ତେ ଏହିଭଳି ଜିଲ୍ଲା ସ୍ତରରେ ଏକ ସମାବେଶ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଶ୍ରେଷ୍ଠ କାର୍ଯ୍ୟ ସମ୍ପାଦନ କରିଥିବା ଆଶାକର୍ମୀ ମାନଙ୍କୁ ଊଭୟ ଜିଲ୍ଲା ସ୍ତରୀୟ ଏବଂ ବ୍ଳ୍‌କ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଅଚ୍ଥି । ସେହିଭଳି ଗାଁ, ବସ୍ତି ଏବଂ ପଞ୍ଚାୟତ ସ୍ତରରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ କାର୍ଯ୍ୟ ସମ୍ପାଦନ କରିଥିବା ଅନୁଷ୍ଠାନ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ମଧ୍ୟ ମନୋନୀତ କରାଯାଇଚ୍ଥି । ଏହି ସମାବେଶରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଚ୍ଥତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଗୋଟି ସୁସ୍ଥ ଗ୍ରାମ ପଞ୍ଚାୟତ ପୁରସ୍କାର, ୧୦ ଗୋଟି ସୁସ୍ଥ ଗାଁ ପୁରସ୍କାର, ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଶା ପୁରସ୍କାର ଏବଂ ବ୍ଳ୍‌କ ସ୍ତରୀୟ ଶ୍ରେଷ୍ଠ ଆଶା ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥିରେ ଏ.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଏବଂ ଜିଲ୍ଲା ପ୍ରୋଗ୍ରାମ ପରିଚାଳକ ଡା. ଚିନ୍ମୟ ବରାଳ, ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଶାର ସହକାରୀ ମାନେଜର ନେତ୍ରାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥଲେ ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଡାଟା ମ୍ୟାନେଜର ମମତାମୟୀ ରଥ, ରଶ୍ମିରେଖା ମହାନ୍ତି, ମୁକୁନ୍ଦ ନାୟକ, ଅନୁସୂୟା ରାଊତ, ବିଜୟ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close