ଖଇରା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କଡାକଡି


ଖଇରା;୨୫/୦୧(ମୁକ୍ତିକାନ୍ତ ସାହୁଙ୍କ ଠାରୁ ): ଖଇରା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ କଡାକଡି ଚେକିଂ କରାଯାଉଛି । ସମ୍ଭାବ୍ୟ କୋଭିଡ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବା ,ହାତ ଧୋଇବା ଓ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିଆଡ଼େ କୋଭିଡ୍ କଟକଣା ଜାରି ରହିଛି । ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବା ସହ ସବୁ ସ୍ଥାନରେ କୋଭିଡ୍ ସଚେତନତା କରାଯାଉଛି । ପୋଲିସ ବାଇକ୍ ଆରୋହୀଙ୍କଠାରୁ ହେଲମେଟ ଓ ମାସ୍କ ଚେକିଂ କରି ଫାଇନ୍ ଆଦାୟ କରୁଛି। ଏହାରି ମଧ୍ୟରେ ବାଲେଶ୍ଵର ଜିଲ୍ଲାର ଖଇରା ପୋଲିସର ତତ୍ପରତା ଦେଖାଦେଇଛି। ଖଇରା ବ୍ଲକରେ ସୋମବାର ଦିନ ଅନେକ ସ୍ଥାନରେ ମାସ୍କ ଚେକିଂ କୁ କଡାକଡି ଭାବରେ କରାଯାଇ ଆମାନିଆ ଙ୍କ ଠାରୁ ଫାଇନ ଆଦାୟ କରାଯାଇଛି। ମେଡ଼ିକାଲ ଛକ, ଥାନା ସାମ୍ନା,କଲେଜ ଛକ, ବ୍ଲକ ଛକ ଏଭଳି କେତେକାଂଶ ସ୍ଥାନରେ ଆମାନିଆ ଙ୍କୁ ସବକ ଦେବାକୁ ତତ୍ପର ହୋଇଛି ପୋଲିସ ପ୍ରଶାସନ।ଲୋକମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଅନେକ ବ୍ୟକ୍ତି ମାସ୍କ ପିନ୍ଧୁ ନ ଥିବା ନଜରକୁ ଆସିବା ପରେ ପୋଲିସ ପ୍ରଶାସନ ତରଫରୁ ମାସ୍କ ଯାଂଚକୁ କଡାକଡି କରାଯାଉଥିବା ଅଧିକାରୀ ଗଣେଶ୍ୱର ପ୍ରଧାନ କହିଛନ୍ତି। କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ଅଯଥା ଭିଡ଼ ଜମାନ୍ତୁ ନାହିଁ। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close