ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ.ପି.ଡି ସେପ୍ଟେମ୍ବର ୪, ୫ ଓ ୬ ପର୍ଯ୍ୟନ୍ତ ବନ୍ଦ ରହିବ

ବ୍ୟାସନଗର, ୦୪/୦୯: ଗତ କିଛି ଦିନର କରୋନା ପରୀକ୍ଷାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଯେଉଁ ବ୍ୟାସନଗର ସହରବାସୀ କରୋନା ସଂକ୍ରମଣକୁ ନେଇ ଏତେଟା ଆଶଙ୍କିତ ନ ଥିଲେ ବରଂ ଳକ୍‌ଡାଉନ ଓ ସଟହାଉନକୁ ଶୀଘ୍ର ହଟାଯାଇ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ଚାହୁଁଥିଲେ ସେମାନଙ୍କ ମଧ୍ୟରୁ ଅନେକ କିନ୍ତୁ ଏବେର ସ୍ଥିତି ଦେଖି ଆଶଙ୍କିତ ହୋଇଛନ୍ତି । ବ୍ୟବସାୟୀଙ୍କ ଠାରେ କରୋନା ସଂକ୍ରମଣର ମାତ୍ରା ଅଧିକ ଦେଖାଯାଉଥିବା ବେଳେ କରୋନା ଯୋଦ୍ଧା ଭାବେ ବିବେଚିତ ହେଉଥିବା ଡ଼ାକ୍ତର ଓ ମେଡିକାଲ କର୍ମଚାରୀମାନେ ବି ଏଥିରୁ ବାଦ୍ ପଡିନାହାନ୍ତି । ଏବେ ବ୍ୟାସନଗରରେ ପରୀକ୍ଷାକୁ ଯୋରଦାର କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର ଦେଖାଯାଉଛି । ଗତ କାଲି ସହରର ଜଣେ ବ୍ୟବସାୟୀ ଏଥିରେ ମୃତ୍ୟୁବରଣ କରିଥିଲେ । ୨-୩ ଦିନ ଭିତରେ ୦୩ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ଆଜି ମଧ୍ୟ ଜଣେ ଡାକ୍ତର ପୁଣି ସଂକ୍ରମିତ ହୋଇଥିବାର ଜଣାଯାଇଛି । ଏହାଛଡ଼ା ଡ଼ାକ୍ତରଖାନାର ଅନ୍ୟ କିଛି କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ନିକଟରେ ଥିବା ଏକ ଘରୋଇ ନସିଂହୋମର ଜଣେ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ମାଲିକ ନସିଂହୋମକୁ ବନ୍ଦ କରିଦେଇଛନ୍ତି । ସେହିପରି ଜିଲ୍ଲା ଚିକିତ୍ସା ଦାୟିତ୍ୱରେ ଥିବା ୦୨ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇ ଚିକିତ୍ସିତ ଅଛନ୍ତି । ବ୍ୟାସନଗର ସହର ଓ ଏହାର ଆଖପାଖ ଅଂଚଳରେ ଡ଼ା. ପ୍ରସନ୍ନ କୁମାର ସାହୁ ଜଣେ ବରିଷ୍ଠ, ନାମକରା ଓ ନିର୍ଭରଯୋଗ୍ୟ ଶିଶୁ ରୋଗ ବିଶେଷଜ୍ଞ । ତାଙ୍କର ଅଭିଜ୍ଞତା ଓ ରୋଗର ନିଦାନ କୈାଶଳ ଅନେକଙ୍କୁ ଆଶ୍ୱସ୍ତି ଦେଇଥାଏ । ସହରରେ କରୋନା ବଢ଼ୁଥିବାରୁ ଓ ତାଙ୍କର ଆଖପାଖ ଅଂଚଳରେ ବହୁ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେବା ପରେ ସେ ତାଙ୍କର କ୍ଲିନିକ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । କେତେକ ନସିଂହୋମ ଓ କ୍ଲିନିକ୍ ବନ୍ଦ ଆଗକୁ ବନ୍ଦ ହେବାର ଶୁଣାଯାଉଛି ।

                 ଏହାଛଡ଼ା ସବୁଠୁ ଚିନ୍ତାଜନକ ବିଷୟ ହେଉଛି; ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ.ପି.ଡି (ବର୍ହି ରୋଗୀ ସେବା) ବିଭାଗ ଆଜି, ଆସନ୍ତା କାଲି ଓ ଆସନ୍ତା ୦୬ ତାରିଖ ୦୩ ଦିନ ପାଇଁ ବନ୍ଦ ଘୋଷଣା ହୋଇଥିବାର ଜଣାଯାଇଛି । ହେଲେ ଜରୁରୀକାଳୀନ କକ୍ଷ କାମ କରିବ ବୋଲି ଜଣାଯାଇଛି । ତେଣୁ ୦୧ ଲକ୍ଷରୁ ଉର୍ଦ୍ଧ ଜନ ସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହର ଓ ଏହାର ଆଖପାଖ ବହୁ ପଡ଼ୋଶୀ ଅଂଚଳର ଲୋକେ ଏଥିପାଇଁ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । କିଛି ଦିନ ପାଇଁ ସହରରେ ଏକ ପ୍ରକାରର ରୋଗୀ ସେବା ଭୂଷିଡି ପଡିବ ବୋଲି ଆକଳନ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close