ଗରୀବଙ୍କ ଅଜ୍ଞତା ପାଇଁ ମିଳି ପାରୁନାହିଁ ବୀମା ଅର୍ଥ: ଆଇନ ସେବା ପ୍ରାଧୀକରଣ ପକ୍ଷରୁ ହସ୍ତକ୍ଷେପ ଅନୁରୋଧ

ଯାଜପୁର,୨୨/୦୧: ଗ୍ରାମୀଣ ଜୀବନରେ ଏବେବି ଅନେକ ଗରୀବ ଲୋକ ସର୍ବନିମ୍ନ ଶିକ୍ଷାରୁ ବଂଚିତ । ସେମାନଙ୍କ ଅଜ୍ଞତା ପାଇଁ ନିଜର ପ୍ରାପ୍ୟ ପାଇବାରୁ ଅନେକ ସମୟରେ ବଂଚିତ ହେଉଛନ୍ତି । ଅଜ୍ଞତା ଏବଂ ସରଳତା ପାଇଁ କରିଥିବା ଛୋଟ ଛୋଟ ଭୁଲକୁ ପୁନଶ୍ଚ ସୁଧାରି ସେମାନଙ୍କ ପ୍ରାପ୍ୟ ଦେବାପାଇଁ ବୀମା କମ୍ପାନୀ ଜାଣିଶୁଣି ସହଯୋଗ କରୁ ନାହାନ୍ତି । ଏଭଳି ସରଳ ଓ ଗରୀବ ଲୋକମାନଙ୍କୁ ଆଇନଗତ ସହଯୋଗ ଯୋଗାଇ ଦେବାକୁ ଆଇନ ସେବା ପ୍ରାଧିକରଣ ଭଳି ବ୍ୟାପକ ବ୍ୟବସ୍ଥା ରହିଛି । ହେଲେ ତାହା ମଧ୍ୟ ଏଭଳି ଦଃୁଖୀ ମଣିଷଙ୍କ ନିକଟରେ ପହଂଚି ପାରୁନାହିଁ ।
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଢିହ ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ପ୍ରସନ୍ନ ରାଉତ ଜଣେ ଦଃୁଖୀ ଏବଂ ଗରୀବ ଲୋକ । ସେ ଥିଲେ ଦିନ ମଜୁରିଆ । ଏଭଳି ଗରୀବ ଲୋକ ଯେ ଏଲ.ଆଇ.ସି ପରି ଏକ ବିଶ୍ୱାସଯୋଗ୍ୟ ସଂସ୍ଥାରେ ନିଜର ଶିଶୁକନ୍ୟା ନାମରେ ବୀମା କରିପାରେ ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ । ଜଣେ ସରଳ ମଣିଷ ଭାବେ ଡାକନାମ ଏବଂ ପ୍ରକୃତ ନାମ ଭିତରେ ସେ ଫରକ ବୁଝି ନ ଥିଲେ । ପ୍ରଶହ୍ନ ରାଉତଙ୍କ ଏହି ଶିଶୁକନ୍ୟାର ଡାକନାମ ଥିଲା ରୁକ୍ମଣୀ ରାଉତ । ତେଣୁ ସେ ଯେଉଁ ସମୟରେ ଏଲ.ଆଇ.ସି କରିଥିଲେ ନିଜର ଅଜ୍ଞତା ଏବଂ ସରଳତା ପାଇଁ ଶ୍ରଦ୍ଧାରେ ରଖିଥିବା ଝିଅ ଡାକ ନାମକୁ ଏଲ.ଆଇ.ସିରେ ଋକ୍ମଣୀ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ସେହି ସମୟରେ ଆଧାର ବ୍ୟବସ୍ଥା ନ ଥିଲା ଏବଂ ସ୍କୁଲ ସାଟିଫିକେଟରେ ତାଙ୍କର ନାମ କଣ ଅଛି ତାହା ମଧ୍ୟ ସେ ଜାଣି ନଥିଲେ । ସ୍କୁଲରେ ଏହି ଝିଅର ନାମ ଥିଲା ଟିକିଲି ରାଉତ । ପରେ ସ୍କଲ ସାଟିଫିକେଟ ଅନୁସାରେ ମଧ୍ୟ ଏହି ଝିଅର ନାମ ଟିକିଲି ରାଉତ ହୋଇଥିଲା । ଏଲ.ଆଇ.ସି ବଣ୍ଡରେ ଋକ୍ମଣୀ ରାଉତ ଥିବା ବେଳେ ଆଧାରରେ ଟିକିଲି ରାଉତ ନାମ ଥିବାରୁ ଏବେ ଏଲ.ଆଇ.ସି ମ୍ୟାଚୁରିଟ ପୁରି ଯାଇଥିଲେ ମଧ୍ୟ ଟଙ୍କା ମିଳି ପାରୁନାହିଁ । ଏବେ ଏହି ଗରୀବ ଝିଅର ବିଭାଘର ହେବାକୁ ଯାଉଥିବା ବେଳେ ମ୍ୟାଚୁରିଟ ଟଙ୍କା ଆଣି ବିଭାଘରରେ ବାପା ବ୍ୟବହାର କରି ପାରୁ ନାହାନ୍ତି । ଏଥିନେଇ ତାଙ୍କର ଗରୀବ ବାପା ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏଲ.ଆଇ.ସି କମ୍ପାନୀ ତରଫରୁ ଏଥିନେଇ ଏକ ତଦନ୍ତ କରାଯାଇ ପ୍ରକୃତ ଘଟଣାକୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯୁବନେତା ସତୀଶ ବିଶ୍ୱାଳ ଦାବି କରିଛନ୍ତି । ଆଇନ ପ୍ରାଧିକରଣ ସେବା ତରଫରୁ ହସ୍ତକ୍ଷେପ କରାଯାଇ ତୁରନ୍ତ ଏହି ଗରୀବ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ମଧ୍ୟ ନିବଦେନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close