ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ ୨୩ରୁ ଉର୍ଦ୍ଧ୍ବ ଗୁରୁତର ଆହତ


ବାଲେଶ୍ଵର;୨୨/୦୧(ନି.ପ୍ର ): ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ମିଳିଛି। ଯାତ୍ରୀ ବାହି ବସ୍ ପଛରୁ ଧକା ଦେଲା ଟ୍ରକ, ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ ଯାତ୍ରୀ ବାହି ବସ୍ (ଶାନ୍ତିଲତା) ପଛରୁ ଧକା ଦେଇଥିଲା ଟ୍ରକ। ଘଟଣା ସ୍ଥଳରେ ୬ଜଣକର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି। ସୂଚନାନୁଯାୟୀ ବାଲେଶ୍ବରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଘରୋଇ ବସ୍ ବିଦୁ ଛକ ନିକଟରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଧକା ଦେଇଥିଲା । ଫଳରେ ବସ୍ ଟି ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଓଲଟି ପଡିଥିଲା । ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଏକ ୧ ବର୍ଷର ଶିଶୁ ଥିବା ସୁଚନା ମିଳିଛି । ୨୦ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଥିବା ବେଳେ ଆହତମାନଙ୍କୁ ସୋର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ସୋର ପୋଲିସ୍, ସୋର ଦମକଳ ବାହିନୀ, ଜାତୀୟ ରାଜପଥ କର୍ମଚାରୀ ନିୟୋଜିତ ହୋଇଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ସରକାର। ଗୁରୁତର ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close