ଗଣମାଧ୍ୟମ ପ୍ରତିନିଧିଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ

ଯାଜପୁର, ୦୬/୦୬ (ନି. ପ୍ର ) : ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା -୨୦୧୬, ଅଧିନିୟମ ୫(ସ) ଅନୁଯାୟୀ ଯାଜପୁର ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ନବୀକରଣ କରାଯିବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଯାଜପୁରରେ ଏହି ଆବେଦନ ପତ୍ର ଗୁଡିକ ଉପଯୁକ୍ତ ଭାବେ ପୂରଣ ହୋଇ ଚଳିତ ଜୁନ ମାସ ୨୫ ତାରିଖ ସୁଦ୍ଧା ପହଞ୍ଚିବା ଜରୁରୀ ଅଟେ । ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରାପ୍ତ ଗଣମାଧ୍ୟମ ଗୁଡିକର ପ୍ରତିନିଧିମାନେ ଏହି ଯୋଜନା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଆବେଦନକାରୀମାନେ ସେମାନଙ୍କ ନାମ, ମିଡିଆ ହାଉସ୍‌ର ନାମ, କି ପ୍ରକାରର ମିଡିଆ, ପରିବାର ସଦସ୍ୟଙ୍କ ନାମ, ଆବେଦନକାରୀଙ୍କ ସହିତ ସମ୍ପର୍କ, ଲିଙ୍ଗ, ସଠିକ ଜନ୍ମ ତାରିଖ, ମୋବାଇଲ ନମ୍ବର ଏବଂ ଠିକଣା, କାର୍ଯ୍ୟ କରୁଥିବା ଅଞ୍ଚଳ ଯଥା – ଜିଲ୍ଲା, ବ୍ଲକ, ଉପଖଣ୍ଡ, ପ୍ରତିନିଧି ଭାବେ ଉଲ୍ଲେଖ କରିବା ଜରୁରୀ । ଆବେଦନକାରୀଙ୍କ ସହ ତାଙ୍କର ପତ୍ନୀ ବା ପତି ଓ ସନ୍ତାନମାନେ ଏହି ଭଳି ମୋଟ ୫ ଜଣ ସ୍ୱାସ୍ଥ୍ୟ ବୀମାରେ ସାମିଲ ହୋଇ ପାରିବେ । ସଠିକ୍ ଓ ସ୍ପଷ୍ଟ ଭାବରେ ଆବେଦନ ପତ୍ରକୁ ପୂରଣ କରି, ପରିଚୟ ପତ୍ରର ନକଲ ସଂଲଗ୍ନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଯାଜପୁର ଠାରେ ଦାଖଲ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close