ଜି ସ୍କୁଲ ଅଧ୍ୟକ୍ଷଙ୍କ ମହାନତା, କରୋନା ସ୍ଥିତି କୁ ଦେଖି ଛାତ୍ରଛାତ୍ରୀଙ୍କ ନାମଲେଖାରେ ଶତପ୍ରତିଶତ ଛାଡ଼

ଯାଜପୁର ; ୧୯/୦୧ (ବ୍ୟୁରୋ) : କରୋନା ବିପତ୍ତି ଯୋଗୁଁ ବର୍ତମାନ ପ୍ରାୟ ୬୦ ପ୍ରତିଶତ ରୁ ଅଧିକ ଲୋକଙ୍କର ରୋଜଗାର ନାହିଁ କହିଲେ ଚଳେ । ସ୍କୁଲ ମଧ୍ୟ ୨୦୨୦ ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ବନ୍ଦ ରହିଛି, ସ୍କୁଲ କେବେ ଖୋଲିବ କିଛି ନିର୍ଦ୍ଧିଷ୍ଟତା ନାହିଁ । କରୋନା ମହାମାରୀର ସଂକଟ ସମୟରେ ଅଭିଭାବକ ବିଦ୍ୟାଳୟର ସ୍କୁଲଫୀ ଭରିବାକୁ ବି ଅସମର୍ଥ ପ୍ରକାଶ କରୁଛନ୍ତି । ଏପରି ସ୍ଥଳେ ଯାଜପୁରରୋଡ଼ କୁସୁନୁପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲର ଅଧ୍ୟକ୍ଷ ବୁଧଦେବ ରାଉତ ଅଭିଭାବକଙ୍କ ପାଇଁ କିଛି ସହଯୋଗର ହାତ ବଢ଼ାଇଛନ୍ତି। କରୋନା ସ୍ଥିତି କୁ ଦେଖି ଶ୍ରୀ ରାଉତ ନୂଆବର୍ଷ ୨୦୨୨ରେ ନର୍ସରୀ ରୁ ତୃତୀୟ ଶ୍ରେଣୀ ପିଲାଙ୍କ ଆଡ୍ମିସନ ଫି ସମ୍ପୂର୍ଣ୍ଣ ଛାଡ଼ କରିଥିବା ବେଳେ ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ଆଡ୍ମିସନ ଫି ୫୦ ପ୍ରତିଶତ ଛାଡ଼ କରିଛନ୍ତି। ଶ୍ରୀ ରାଉତଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close