ମା’ଙ୍କ ପୂଜା ବନ୍ଦ ହେବ ନାହିଁ; କିନ୍ତୁ ଉତ୍ସବ ଉପରେ କଟକଣା: ଯାଜପୁର ଜିଲ୍ଲାପାଳ

ଯାଜପୁର, ୨୪ା୯ : କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତି ନିଆଯାଇଚ୍ଥି । ଆଜି ଗୁରୁବାର ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ‘କରୋନା’ ବିଶ୍ୱ ମହାମାରୀ ପାଇଁ ମା’ ଙ୍କର ପୂଜା ଏ ବର୍ଷ ବନ୍ଦ କରାଯିବ ନାହିଁ ବୋଲି କହିଥିଲେ । ତେବେ କୈାଣସି ଉତ୍ସବ, ଜନଗହଳି, ବାଜା, ବାଣ, ରୋଷଣୀ, ମେଲୋଡି ବା ସଂଗୀତ କାର୍ଯ୍ୟକ୍ରମକୁ ବାରଣ କରାଯାଇଚ୍ଥି ବୋଲି ସେ ସୂଚନା ଦେଇଚ୍ଥନ୍ତି । ବର୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତିର ଉଚ୍ଚତା ୪ ପୁଂଟରୁ ଅଧିକ ଉଚ୍ଚ ହେବନାହିଁ । ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସ୍ଥିତିକୁ ଅନୁମତି ମିଳିବ ଓ ଲୋକ ଗହଳି ହେବନାହିଁ ବୋଲି ସେ କହିଥିଲେ । ପ୍ରତ୍ୟେକ ପୂଜା କମିଟି ପୂଜା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବେ । ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗ ଦର୍ଶିକା ରହିଚ୍ଥି, ଯେପରି ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡାକଡି ଭାବେ ଅନୁପାଳନ କରିବେ । ସେହିପରି ବିସର୍ଜନ ଅତ୍ୟନ୍ତ ନିରାଡମ୍ୱର ଭାବେ ବିନା ଶୋଭାଯାତ୍ରାରେ କରାଯିବ । ପୈାର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦେବୀଗଡା ଠାରେ ଏକ କୃତ୍ରିମ ପୋଖରୀରେ ଏହି ମୂର୍ତି ବିସର୍ଜନ କରାଯିବ ବୋଲି ଶ୍ରୀ ଚକ୍ରବର୍ତୀ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗମାନେ ବିଗତ ବର୍ଷମାନଙ୍କ ଭଳି ସେମାନଙ୍କର ଦାୟିତ୍ୱ ନିର୍ବାହ ସହ ପୂଜା ଓ ଭସାଣୀକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବେ । ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ପୋଲିସ ବାହିନୀ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେବେ । ସାଧାରଣ ଲୋକମାନେ ଏବଂ ସମସ୍ତ ପୂଜା କମିଟି ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବିଗତ ବର୍ଷମାନଙ୍କ ଠାରୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ । କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ ଓ ଚିନ୍ତିତ ମଧ୍ୟ । ତେଣୁ ଯଥା ସମ୍ଭବ ନିରାପଦ ଓ ସୁରକ୍ଷିତ ଭାବେ ମା’ଙ୍କ ବାର୍ଷିକ ପୂଜାକୁ ଆୟୋଜନ କରିବାକୁ ସେ ଅନୁରୋଧ କରିଚ୍ଥନ୍ତି । ସରକାରଙ୍କର ପରବର୍ତୀ ମାର୍ଗଦର୍ଶର୍ିକାରେ ଯଦି କୈାଣସି ପରିବର୍ତନ ଆସେ ତାହାକୁ ପୂଜା କମିଟିକୁ ସଂଗେ ସଂଗେ ଅବଗତ କରାଯାଇ ଅନୁପାଳନ କରାଯିବ ବୋଲି ଶ୍ରୀ ଚଳ୍ରବର୍ତୀ ସ୍ପଷ୍ଟ କରିଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ଅନୁପ କୁମାର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତା ଓ ମା’ ବିରଜାଙ୍କର ସେବାୟତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close