ବ୍ୟାସନଗରର ଯୋଡାବର ସେପ୍ଟେଜ୍ ଟ୍ରିଟ୍ମେଂଟ ପ୍ଲାଂଟ ନିର୍ମାଣ କାର୍ଯ୍ୟର ସମୀକ୍ଷା
ବ୍ୟାସନଗର,୧୫/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ସ୍ଥାନୀୟ ବ୍ୟାସନଗର ପୈାରାଂଚଳ ଅର୍ନ୍ତଗତ ଯୋଡାବର ସ୍ଥିତ ଏମ୍.ସି.ସି ପ୍ଲାଂଟ ପରିସରରେ ୦୨ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ସେପ୍ଟେଜ୍ ଟ୍ରିଟ୍ମେଂଟ ପ୍ଲାଂଟର ନିର୍ମାଣ କାର୍ଯ୍ୟକୁ ଆଜି ଶନିବାର ପୂର୍ବାହ୍ନରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାରପାଳିକାର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଅନୁଧ୍ୟାନ କରିଥିଲେ । ଶ୍ରୀ ମିଶ୍ରଙ୍କ ଉପସ୍ଥିତିରେ ଆଜି ଏହି ପ୍ଲାଂଟର ପରୀକ୍ଷାମୂଳକ ଚାଳନା (ଟ୍ରାୟଲ ରନ୍) କରାଯାଇଥିଲା । ଏହି ସେପ୍ଟେଜ୍ ଟ୍ରିଟ୍ମେଂଟ ପ୍ଲାଂଟର ଅବଶିଷ୍ଟ ନିର୍ମାଣ କାର୍ଯ୍ୟକୁ ଯଥା ସମୟରେ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ସଂପୃକ୍ତ ଠିକାଦାର ଓ ଉପସ୍ଥିତ ଏଫ୍. ଏସ.ଏସ.ଏମ୍ର କୋର୍ଡିନେଟର ଓମପ୍ରକାଶ ରଥଙ୍କୁ ପରାମର୍ଶ ଦେଇଥିଲେ । ଏହି ପ୍ଲାଂଟ ନିର୍ମାଣ ଫଳରେ ବ୍ୟାସନଗର ପୈାରାଂଚଳ ସମେତ ଆଖପାଖ ଅଂଚଳର ପାଇଖାନାରୁ ନିଷ୍କାଷିତ ଆବର୍ଜନା ପାଣିକୁ ବାହାରେ ନ ଢ଼ାଳି ଉକ୍ତ ପ୍ଲାଂଟର କୋଟିଏ ଜାଗାରେ ରଖି ବୈଜ୍ଞାନିକ ଉପାୟରେ ଖତ ପ୍ରସ୍କୁତ କରାଯିବା ସଂଗେ ସଂଗେ ଅବଶିଷ୍ଟ ବିଶୋଧିତ ଜଳକୁ କୃଷି ଉଦ୍ଦେଶ୍ୟରେ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରିବ । ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପୈାରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ପୈାର ଯନ୍ତ୍ରୀ ଅଜୟ କୁମାର ପରିଡ଼ା, ସହାୟକ ଯନ୍ତ୍ରୀ ବିଜୟକେତନ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ନୀଳମାଧବ ନନ୍ଦ, ବରିଷ୍ଠ ପୈାର କର୍ମଚାରୀ କିଶୋର କୁମାର ରାଉତ, ରଂଜିତ କୁମାର ମିଶ୍ର, ଶ୍ରଦ୍ଧାନନ୍ଦ ମିଶ୍ର, ରୁଦ୍ରମଣି ମରକ୍ଷକ୍ଷକ୍ଟ, ଅମିତ୍ କୁମାର ପୁରୋହିତ, କାହ୍ନୁଚରଣ ବାରିକ, ପରିମଳ ନୀରିକ୍ଷକ ମାଣିକ ରଂଜନ ନାୟକ, ଶଶିକାନ୍ତ ଘଡେଇ, ଅଜୟ କୁମାର ପଣ୍ଡା, ସତ୍ୟପ୍ରିୟ ବାଇ, ସୈାମ୍ୟରଂଜନ ଗୁରୁ, ଶୋଭାଶ୍ରୀ ରତ୍ନପ୍ରଭା ସାମଲ, ପ୍ରଜ୍ଞାପରମିତା ଚକ୍ରବର୍ତୀ, ରିଚିସ୍ମିତା ମହାନ୍ତି, ଦେବସ୍ମିତ ଦାସ, ମଞ୍ଜୁଶ୍ରୀ ନାୟକ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।