ବ୍ୟାସନଗର ‘କପିଳେଶ୍ୱର କଲୋନି ଦୁର୍ଗା ପୂଜା କମିଟି’ ପକ୍ଷରୁ ମା’ଙ୍କ ସପ୍ତମୀ ପୂଜା

ବ୍ୟାସନଗର,୧୨/୧୦(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ସବ୍‌ରେଜେଷ୍ଟ୍ରି ଅଫିସ ପଛ ପାଖ ‘କପିଳେଶ୍ୱର କଲୋନି ମା’ ଦୁର୍ଗା ପୂଜା କମିଟି’ ପକ୍ଷରୁ ଆରମ୍ଭ ହୋଇଛି ଜଗଜ୍ଜନନୀ ମା’ ଦଶଭୂଜାଙ୍କ ପୂଜା । ‘କୋଭିଡ’ କଟକଣା ଅନୁଯାୟୀ ଆରମ୍ଭ ହୋଇଛି ମା’ଙ୍କ ପୂଜା । ଯଥା ବିଧି ରୀତି, ନୀତି ମତେ ଚାଲିଛି ପୂଜା । ଭକ୍ତଙ୍କ ପାଇଁ ମା’ଙ୍କ ଦର୍ଶନ ଖୋଲା ନ ଥିଲେ ବି ସୋସିଆଲ ପ୍ଲାଟଫର୍ମ, ୱାଟ୍ସଅପ୍ ଆଦିରେ ଘରେ ବସି ବହୁ ଶ୍ରଦ୍ଧାଳୁ ପୂଜା କିପରି ଚାଲିଛି ଦେଖୁଛନ୍ତି । ହାତଗଣତି କର୍ତା, ପୂଜକମାନଙ୍କ ଜରିଆରେ ହେଉଛି ମା’ଙ୍କ ପୂଜାର୍ଚ୍ଚନା । କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିବାରେ ଲାଗିଛନ୍ତି । ମା’ ଜଗତରୁ ଦୁଃଖ ହରଣ କରନ୍ତୁ, ସମାଜରୁ କୁସଂସ୍କାରୀ, ପାପୀମାନଙ୍କୁ ଦମନ କରି ସୁସ୍ଥ ସମାଜ ପ୍ରଦାନ କରନ୍ତୁ ଏହା ହିଁ ପୂଜାର ମହାତ୍ମ୍ୟ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close