ପୋଲ ତଳକୁ ଖସିଲା ବାଇକ୍


ମୟୁରଭଞ୍ଜ ;୧୧/୦୧ (ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ) :ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡବଦ୍ଧ ପଂଚାୟତର ଟିକରପଡାରୁ ଖଣ୍ଡବଦ୍ଧ ଯିବା ରାସ୍ଥାରେ ଏକ ପୋଲ ନିକଟରେ ବାଇକ୍ ର୍ଦୁଘଟଣା ଘଟିଛି ।ଗାଡି ନମ୍ବର OD09R8641ଥିବାବେଳେ ଗାଡି ର ମାଲିକ ଭରତଚନ୍ଦ୍ର ପଇଦା ବୋଲି ଜଣାପଡିଛି। ତାଙ୍କ ପାଖରୁ ଅନ୍ୟ ଜଣେ ବ୍ୟକ୍ତି ଖଣ୍ଡବନ୍ଧ ପଞ୍ଚାୟତ କୁଚେଇକୁଦ ଗ୍ରାମର ସଦାଶିବ ନାୟକ ଗାଡି ଚଲାଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତାଙ୍କ ମୁଣ୍ଡର ବାମପାଖ ପିଲରରେ ପିଟିହୋଇ ଯାଇଛି ।ଗାଡି ସହ ସେ ପାଣିରେ ପଡିଯାଇଥିଲେ । ପାଖରେ ଛେଳି ଚରାଉଥିବା ଲୋକ ତାକୁ ରକ୍ଷାକରିବାସହ ୧୦୮ କୁ ଫୋନ କରିବା ପରେ ତାଙ୍କୁ ଠାକୁରମୁଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ବୋଲି ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close