ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶ ପାଇଁ ଯାଜପୁରରେ ପଥପ୍ରାନ୍ତ ନାଟକ ପରିବେଷିତ

ଯାଜପୁର, ୧୦ା୧: ପ୍ରତ୍ୟେକ ନାଗରିକ ସୁସ୍ଥ, ସ୍ୱଚ୍ଚ୍ଥ ଓ ଭଲ ପରିବେଶରେ ରହିବା ଉଚିତ । ସଚେତନ ହେବା ଓ ଅନ୍ୟମାନଙ୍କୁ ସଚେତନ କରାଇ ପାରିଲେ ସୁସ୍ଥ ପରିବେଶ ପାଇଁ ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମତବ୍ୟକ୍ତ କରିଚ୍ଥନ୍ତି । ଆଜି ସୋମବାର ପୂର୍ବାହ୍ନରେ ଯାଜପୁର ପୈାରପାଳିକା କାର୍ଯ୍ୟାଳୟ ଠାରେ ସ୍ୱଚ୍ଚ୍ଥ ସର୍ବେକ୍ଷଣ-୨୦୨୨ ଆଧାରରେ ସୁଇପଂ୍ଟ କଲଚରାଲ ଟ୍ରଷ୍ଟ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏହି ନାଟକକୁ ଉଦ୍‌ଘାଟନ କରି ଅତିରିକ୍ତ ଜିଲ୍ଳ୍‌ାପାଳ ତଥା ପୈାର ପ୍ରଶାସକ ଶ୍ରୀ ମଲ୍ଲିକ ସ୍ୱଚ୍ଚ୍ଥ ଓଡିଶା, ସୁସ୍ଥ ଓଡିଶାକୁ କାର୍ଯ୍ୟକାରୀ କରିବାକୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଚ୍ଥି ବୋଲି କହିଥିଲେ । ସ୍ୱଚ୍ଥ ସ୍‌ାଥୀ, ପରିମଳ କର୍ମଚାରୀଙ୍କ ଦ୍ୱାରା ପରିବେଶ ସ୍ୱଚ୍ଚ୍ଥତା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ନାଗରିକମାନଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ଅଧିକ ସଚେତନ ପାଇଁ ଏହି ପଥପ୍ରାନ୍ତ ନାଟକର ବ୍ୟବସ୍ଥା କରାଯାଉଚ୍ଥି ବୋଲି ଶ୍ରୀ ମଲ୍ଳିକ ସୂଚନା ଦେଇଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଜନ ସଚେତନତା ଯେ କୈାଣସି ଯୋଜନା ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ ବୋଲି କହିଥିଲେ । ହୋଡିଂ, ପୋଷ୍ଟର, ଡାକବାଜି ଯନ୍ତ୍ର, ବିଜ୍ଞାପନ ଇତ୍ୟାଦି ସହ ପଥପ୍ରାନ୍ତ ନାଟକ ବା ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଯୋଜନାକୁ ପ୍ରଦର୍ଶିତ କରାଯାଇ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଉଚ୍ଥି ବୋଲି ସେ କହିଥିଲେ । ସାଧାରଣ ଜନତା ମନୋରଂଜନ ସହ ସଚେତନ ରହିବାକୁ ସେ ଅନୁରୋଧ କରିଥିଲେ । ପରେ ସ୍ୱଚ୍ଚ୍ଥତା କ୍ଷେତ୍ରରେ ଊଲ୍ଳେଖନୀୟ କାର୍ଯ୍ୟ ପାଇଁ ସ୍ୱଚ୍ଚ୍ଥ ସାଥୀ ଓ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସୁଇପଂ୍ଟ କଲଚରାଲ ଟ୍ରଷ୍ଟ ସ୍ୱଚ୍ଚ୍ଥତା ଦୈନନ୍ଦିନ ଜୀବନରେ ଜରୁରୀ ଓ ଅସ୍ୱଚ୍ଚ୍ଥ ପରିବେଶ କିପରି ଜୀବନକୁ ପ୍ରଭାବିତ କରେ ତାହା ଉପରେ ପଥପ୍ରାନ୍ତ ନାଟକ କରିବେଷଣ କରିଥିଲେ । ଏହାର କଳାକାରମାନଙ୍କ ଦ୍ୱାରା ଯାଜପୁର ପୈାରପାଳିକାର ୮ଟି ସ୍ଥାନରେ ସଚେତନତା ସୃଷ୍ଟିର କାର୍ଯ୍ୟକ୍ରମ ରହିଚ୍ଥି ବୋଲି ସାନିଟେସନ ଏକ୍ସପର୍ଟ ଦେବାଶିଷ ଭୂୟାଁ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିସିପାଲିଟି ଇଂଜିନିୟର ହୀରକ ସିଂ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ନାୟକ, ବରିଷ୍ଠ ସହାୟକ ବିଜୟ କୁମାର ପତି ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱଚ୍ଚ୍ଥ ସାଥୀ, ସପେଂଇ କର୍ମଚାରୀ ଓ ସାଧାରଣ ଲୋକମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close