ରାଉଲକେଲାର ‘ଇଏସଆଇସି’ ମେଡ଼ିକାଲ ୭୫ ରୁ ୧୫୦ ଶଯ୍ୟାକୁ ଉନ୍ନୀତ, ନିଗମକୁ ଓଡ଼ିଶାରେ ଜନପ୍ରିୟ କରିବାକୁ କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଉଦ୍ୟମ ଜାରୀ

ଭୂବନେଶ୍ୱର/ରାଉଲକେଲା,୨୮/୦୯(ଉ. ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ କର୍ମନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି) ଓଡ଼ିଶା କ୍ଷେତ୍ର, ଭୂବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡାଙ୍କ ନିରନ୍ତର ଉଦ୍ୟମ ଫଳରେ ଓଡ଼ିଶାରେ ନିଗମ ସଫଳତାର ସୋପାନ ଗୋଟିକ ପରେ ଗୋଟିଏ ଚଢ଼ି ଚାଲିଛି । ଫଳସ୍ୱରୂପ, ରାଉଲକେଲାର ଇଏସଆଇ ମେଡିକାଲ ୭୫ରୁ ୧୫୦ ଶଯ୍ୟା ବିଶିଷ୍ଟ ହେବାର ସୁଖବର ଆସି ପହଂଚିଛି । ଏକାଥରକେ ୨ଗୁଣା ସିଟ୍ ବଢ଼ିବା ଫଳରେ ରାଉଲକେଲା ଓ ଆଖପାଖ ଅଂଚଳରେ ନାହିଁ ନ ଥିବା ଖୁସି ଦେଖାଦେଇଛି । ରାଜ୍ୟରେ ନିଗମକୁ ଅଧିକରୁ ଅଧିକ ଲୋକାଭିମୁଖି ଓ ବ୍ୟାପକ କରିବା ପାଇଁ ସେ କେନ୍ଦ୍ର ସହ ରୀତିମତ ଯୋଗାଯୋଗରେ ଅଛନ୍ତି । ବିଭାଗକୁ ରାଜ୍ୟରେ ଗତିଶୀଳ କରିବା ସହ ବିଭିନ୍ନ ଦୁର୍ନୀତିକୁ ଦମନ କରିବାକୁ ଆକ୍‌ସନ ମୁଡ଼ରେ ଥିବା ଶ୍ରୀ ପଣ୍ଡାଙ୍କ ଗତିରୋଧ କରିବା ପାଇଁ ଏଣେ ଚକ୍ରାନ୍ତ ହେଉଥିବା କଥାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ, ସେ ୧୪.୬.୨୦୨୧ରେ ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଆଂଚଳିକ ନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କଲା ପରେ ଗୋଟିକ ପରେ ଗୋଟିଏ ଯୋଜନାକୁ ଫଳବତୀ କରାଇ ଚାଲିଛନ୍ତି । ରାଜ୍ୟର ୫ଟି ସ୍ଥାନ ଯଥା- କଳିଙ୍ଗନଗର(ଯାଜପୁର), ଭୂତମୁଣ୍ଡାଇ(ପାରାଦୀପ), ବ୍ରହ୍ମପୁର, ଝାରସୁଗୁଡ଼ା, ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ପ୍ରତିଷ୍ଠା କରିବାର ସମସ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close