ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ , ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି -ଏସ ଆର ସି

ଭୁବନେଶ୍ୱର ; ୩୦/୧୧ (ବ୍ୟୁରୋ) : ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ୁଥିବା ବେଳେ ସଜାଗ ରହିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ । ସାଧାରଣତଃ ଲୋକେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି ବୋଲି କୁହାଯାଇଛି। ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ନୂଆବର୍ଷରେ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଲୋକଙ୍କୁ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ରହିଛି । ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ଯକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିପାରିବ। ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ଲୋକ ସାମିଲ୍ ହୋଇପାରିବେ । ସଂକ୍ରମଣ ଆଶଙ୍କା ଥିବାରୁ ଜନ ସାଧାରଣ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close