ନଭେମ୍ୱର ୩୦ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ବାଣ ପୁଂଟା ବନ୍ଦ: ଜିଲ୍ଲାପାଳ

ଯାଜପୁର, ୪ା୧୧ : ଚଳିତ ନଭେମ୍ବର ମାସ ୧୦ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ କ୍ରୟ ବିକ୍ରୟ ଏବଂ ବାଣ ପୁଂଟାଇବା ଊପରେ ସରକାର କଟକଣା ଜାରି କରିଚ୍ଥନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଏହା ସ୍ୱାସ୍ଥ୍ୟ ଊପରେ କୁ-ପ୍ରଭାବ ପକାଇବା ସହ ସୁରକ୍ଷା ଊପରେ ମଧ୍ୟ ପ୍ରଭାବ ପକାଊଥିବାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ସରକାର ଏହି ନିଷ୍ପତି ଗ୍ରହଣ କରିଚ୍ଥନ୍ତି । ତେଣୁ ଜିଲ୍ଲାରେ ମଧ୍ୟ ଅନୁରୂପ କଟକଣା ବଳବତର ରହିଚ୍ଥି ଓ କେହି ବାଣ ନ ପୁଂଟାଇବାକୁ ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର ଅନୁରୋଧ କରିଚ୍ଥନ୍ତି । ରାଜ୍ୟ ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତ(ଏସ୍‌.ଆର୍‌.ସି.)ଙ୍କ ଆଦେଶ ଅନୁପାଳନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତ ବାଣ ବ୍ୟବସାୟୀ ଏଥିରେ ସହଯୋଗ କରି ବାଣ ବିକ୍ରି ନ କରିବାକୁ ପରାମର୍ଶ ଦେଇଚ୍ଥନ୍ତି । ଏହାର ଖିଲାପ କ୍ଷେତ୍ରର ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଚ୍ଥନ୍ତି । ଆବଶ୍ୟକ ହେଲେ ସନ୍ଦିଗ୍ଧ ସ୍ଥାନଗୁଡିକରେ ଯାଂଚ କରାଯାଇ ଆଇନ ଅନୁସାରେ ଦଣ୍ଡ ବିଧାନ କାଯିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଅଚ୍ଥି । ଏହି ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କିତ ନିୟମାବଳୀକୁ ଜିଲ୍ଲାବାସୀ ଅନୁପାଳନ କରିବା ସହ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close