ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ

ବ୍ୟାସନଗର,୧୫ା୦୯(ଉ. ନ୍ୟୁଜ୍ ବ୍ୟୁରୋ): ବରିଷ୍ଠମାନେ ସବୁବେଳେ ସମାଜ ପାଇଁ ହିତ ସାବ୍ୟସ୍ତ ହୋଇଥାନ୍ତି । ସେମାନେ ସମାଜରେ ନିର୍ଣ୍ଣାୟକ ଭୂମିକା ନିଭାଇଥାନ୍ତି । ସେମାନଙ୍କ ଅଭିଙ୍ଗ୍ୟତା ଓ ଉପଦେଶ ପାଳନ କଲେ ପରିବାର ସହ ଦେଶ ସଶକ୍ତ ହୋଇପାରିବ ବୋଲି ସ୍ଥାନୀୟ ‘ବ୍ୟାସନଗର ବରିଷ୍ଠ ନାଗରିକମଂଚ’ର ୧୦ମ ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି । ମଂଚ ତରଫରୁ ଏହାର ସ୍ଥାନୀୟ ଚୋରଦା ସ୍ଥିତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ମଂଚର ସଭାପତି ଉପେନ୍ଦ୍ରନାଥ ବେହୁରିଆ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଦ୍ୟୁତ୍ ବିଭାଗ (ଟିପିଏନଓଡିଏଲ)ର ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ମଂଗଳମୟ ଜୀବନ କାମନା କରିଥିଲେ । କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହଚରଣ ପରିଡ଼ା ସ୍ୱାଗତ ଭାଷଣ ଦେବା ସହ ମଂଚ ପରିଚାଳନା କରିଥିଲେ । ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ ବାର୍ଷିକ ବିବରଣୀ ପାଠ କରିବା ସହ ମଂଚ ଜରିଆରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂର୍ପକରେ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରେ ପ୍ରଫୁଲ୍ଲ କୁମାର ମହାନ୍ତି, ନିରଂଜନ ବିଶ୍ୱାଳ, ରାହାସବିହାରୀ ପାତ୍ର, ଶଙ୍କର୍ଷଣ ସାହୁ, ଗୋବର୍ଦ୍ଧନ ସାହୁ, ଘନଶ୍ୟାମ ରାଉତ, ଅଚ୍ୟୁତାନନ୍ଦ ମହାନ୍ତି, ଅରୁଣା ଖଣ୍ଡାୟୀ, ଯୁଧିଷ୍ଠିର ମଲ୍ଲିକ, କମଳ ଲୋଚନ ସାହୁ, ବଟକୃଷ୍ଣ ପ୍ରଧାନ, ସନାତନ ମଲିକ, ପ୍ରତାପ ବେହୁରିଆ ପ୍ରମୁଖ ଯୋଗଦେଇଥିଲେ । ଉତ୍ସବରେ ମଦନ ସେଠୀ, କାଣ୍ଡେ ପିଉ ଓ ନିତିମା ପିଉଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ତଥା ମଂଚର ଉପଦେଷ୍ଟା ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close