‘ଉଦୟବଟ’ର ୧୮ତମ ବାର୍ଷିକୋତ୍ସବ ଓ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟାସନଗର, ୩୦/୧୨(ଉ. ନ୍ୟୁଜ୍ ବ୍ୟରୋ): ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୧୮ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦ୍‌ଘାଟକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ, ଯାଜପୁର ଜିଲ୍ଲା ବି.ଜେ.ଡି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ବ୍ୟାସନଗର ପୈାରାଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ର୍ନିଭୀକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର କାର୍ଯ୍ୟ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ବର୍ତମାନ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବାକୁ ବସିଛି । ‘ଉଦୟବଟ’ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କର ପ୍ରକୃତ ସେବା କରୁଛି ବୋଲି ସେମାନେ କହିଥିଲେ । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସହଯୋଗ କରିଛି । ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ସ୍ୱାଭିମାନୀ ଜନନେତା ବିଧାୟକ ୰ ଅଶୋକ ଦାସଙ୍କର ତିରୋଧାନ ଦିବସକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ‘ଉଦୟବଟ’ ଏକ କ୍ଷୁଦ୍ର ସମ୍ବାଦପତ୍ର ହେଲେ ମଧ୍ୟ ତାହାର ଶାଣିତ ସ୍ୱର ଏବଂ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଏତିହ୍ୟ ପ୍ରତି ଥିବା ଅନୁରାଗ ଅତୁଳନୀୟ ବୋଲି ବକ୍ତାମାନେ କହିଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରୁ ‘ଉଦୟବଟ’ ଡିଜିଟାଲ ଜଗତରେ ପ୍ରବେଶ କରି ନିରବଚ୍ଛନ ଭାବେ ଖବର ପ୍ରସାରଣ କରିଆସୁଛି । ପତ୍ରିକାର ସହଯୋଗୀ ସଂପାଦକ, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ ଓ ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ । ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାରମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଅତିଥି, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୦୯ଜଣଙ୍କୁ ‘ଉଦୟବଟ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ- ଶିକ୍ଷା ପାଇଁ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସାମ୍ବାଦିକତା ପାଇଁ ‘ସମାଜ’ର ପାଣିକୋଇଲି ପ୍ରତିନିଧି ସୁବାସ ଚନ୍ଦ୍ର ଧଳ, ‘ମନ୍ଥନ’ର କଳିଙ୍ଗନଗର ପ୍ରତିନିଧି ତଥା ବର୍ଷିୟାନ ସାମ୍ବାଦିକ ଜୟନାରାୟଣ ମହାପାତ୍ର, ସମାଜସେବିକା ମିନାକ୍ଷୀ ମଂଜରୀ ଦାସ, ଜିଏଟି ଅଧିକାରୀ ସତ୍ୟରଂଜନ ପରିଡ଼ା, ଆଇନଜୀବୀ ତଥା ନୋଟାରୀ ପବ୍ଲିକ ଜୀତେନ୍ଦ୍ର କୁମାର ଦାସ, ଜାଭିୟର୍ସର ଗ୍ରୃପର ସି.ଇ.ଓ ତଥା ଅଧ୍ୟକ୍ଷ ଡ଼ଃ. ପ୍ରଦୀପ କୁମାର ତ୍ରିପାଠୀ, ଯୁବ ସମାଜସେବୀ ଚନ୍ଦନ ଦାସ ଓ ଉମେଶ କୁମାର ଭୂୟାଁ ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ନଭେମ୍ବର ଓ ଚଳିତ ଡିସେମ୍ବର ୨ମାସ ଧରି ଅନୁଷ୍ଠିତ ହୋଇଥିବା ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ୯୦ ଜଣ କୃତି ପ୍ରତିଯୋଗୀଙ୍କୁ ୧ମ ପର୍ଯ୍ୟାୟରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲ।। ଏହି ଅବସରରେ ‘ଉଦୟବଟ’ର ସ୍ୱନକ୍ଷତ୍ର ସଂଖ୍ୟା, ‘ଉଦୟବଟ କ୍ୟାଲେଣ୍ଡର-୨୦୨୨’ ଓ ଗାଳ୍ପିକ ତଥା ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ଦାଶଙ୍କ ଗଳ୍ପ ସଂକଳନ ‘ଜୀବନର ଶେଷ ଠିକଣା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ବସନ୍ତ କୁମାର ପାତ୍ର, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ହରଦୟାଲ ସିଂ, ମଧୂସୁଦନ ମହାପାତ୍ର, ମନୋଜ ସାମଲ, ପ୍ରୀତିପାଲ ସିଂ, ସମୀର କୁମାର ମିଶ୍ର, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଓ ଉମାକାନ୍ତ ମହାପାତ୍ର, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ଟିକାୟତ ପାଲ, ଆକାଶଜ୍ୟୋତି ମହାପାତ୍ର, ସୁମିତ୍ରା ମିଶ୍ର, ସନାତନ ମଲ୍ଲିକ, ଶିକ୍ଷକ ସୁଶାନ୍ତ କୁମାର ଜେନା, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ବେହେରା, କବୟତ୍ରୀ ଲବଙ୍ଗଲତା ପରିଡ଼ା, ଦେବେନ୍ଦ୍ର ମଲ୍ଲିକ, ଆଡଭୋକେଟ ମଇନୁଦ୍ଦିନ ଆନସାରୀ, ବିନୋଦ ବିହାରୀ ରାୟ, ପ୍ରଦୀପ ବାରିକ, ଅଭିଷେକ ମଲ୍ଲ, ନିରୋଦ ବେହେରା, ସୁବାଷ ଜେନା, ଆରତୀ ରାୟ ପ୍ରମୁଖ ୰ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close