ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ବାତ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ SBI ତରଫରୁ ଭ୍ରାମ୍ୟମାଣ ATM ସେବା

ଯାଜପୁର: ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ତଥା ଯାଜପୁର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳର ଲୋକମାନଙ୍କ ସୁବିଧା ପାଇଁ ଆସନ୍ତା 27.05.2021 ତାରିଖ ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭ୍ରାମ୍ୟମାଣ ATM ସେବାର ବ୍ୟବସ୍ଥା କରାଯାଉଅଛି । ବିଦ୍ୟୁତ ସରବରାହର ବ୍ୟାହତ ତଥା ଇଣ୍ଟରନେଟ ବ୍ୟାହତ ଅଂଚଳରେ ଲୋକମାନେ ATMର ସୁବିଧା ପାଇ ନିକଟସ୍ଥ ଷ୍ଟେଟବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଭାରତୀୟ ଷ୍ଟେଟବ୍ୟାଙ୍କର ଯାଜପୁରରୋଡ଼ କାର୍ଯ୍ୟାଳୟ ମୁଖ୍ୟ ପ୍ରବୀର ଚନ୍ଦ୍ର ସାହୁ । Covid-19 ଓ Cyclone ‘Yaas’ ପରି ଦୁଇ ଦୁଇଟି ସମକାଳୀନ ସମସ୍ୟାରେ ସାଧାରଣ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବାପାଇଁ SBI ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି । ଏହି ଦିନ ମାନଙ୍କରେ SBIର ସମସ୍ତ ଶାଖା, ATM, ଗ୍ରାହକ ସେବାକେନ୍ଦ୍ରଗୁଡିକୁ ଗ୍ରାହକମାନଙ୍କ ପାଇଁ କାର୍ଯ୍ୟକ୍ଷମ ରଖାଯିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close