ନୂଆ ଶିକ୍ଷା ନୀତିକୁ ନେଇ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର / ବ୍ୟାସନଗର ; ୨୧/୧୨ ( ନି ପ୍ର ) : ନୂତନ ଶିକ୍ଷା ବ୍ୟବସ୍ଥା କୁ ନେଇ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଶିକ୍ଷା ‌କ୍ଷେତ୍ରରେ ଜନ ସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିନ୍ତା କରିଛନ୍ତି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପିଳେଶ୍ୱର କଲେଜ ଦୁବୁରୀ ଇଂରାଜୀ ବିଭାଗର ମୁଖ୍ୟ ନିରଞ୍ଜନ ପତି ଓ ଝାଡେଶ୍ବର କଲେଜ ଚିତରୀ ଯାଜପୁର ଶିକ୍ଷା ବିଭାଗର ମୂଖ୍ୟ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା ଯୋଗଦେଇ ଉପସ୍ଥିତ ଅଧ୍ୟାପକ ଅଧ୍ୟପିକା ମାନଙ୍କୁ ନୂତନ ଶିକ୍ଷା ନୀତି ସମ୍ପର୍କରେ କହିଥିଲେ। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ନୂତନ ଶିକ୍ଷା ନୀତିର ବିଶେଷ ବିବରଣୀ ପ୍ରଦାନ କରିଥିଲେ। ଡ଼ ବେହେରା ଙ୍କ କହିବାନୁଯାୟୀ ଏଣିକି ଆଉ ୬ ବର୍ଷ ବୟସରୁ ସ୍କୁଲ୍‌ ଶିକ୍ଷା ଆରମ୍ଭ ହେବ ନାହିଁ। ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିବେ। ଅତି କମ୍‌ରେ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ। ଷ‌ଷ୍ଠ ‌ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ।
ନୂଆ ଶିକ୍ଷା ନୀତି ଅଧୀନରେ ଏମ୍‌ଫିଲ୍‌‌ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍‌ଡିସ୍ତରର ସମସ୍ତ କୋର୍ସ‌୍‌କୁ ଆନ୍ତଃବିଭ‌ାଗୀୟ କରାଯିବ। ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍‌ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ। ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି। ୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍‌ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।ନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର କ୍ୟାମ୍ପସ୍‌ ଖୋଲିବା ଲାଗି ବିଦେଶୀ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟର ଏକାଡେମୀକ ମୁଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାମାଜିକ ବିଜ୍ଞାନର ଅଧ୍ୟାପକ ବିଦ୍ୟାଧର ପରିଡା ଓ ଇଂରାଜୀ ବିଭାଗର ଅଧ୍ୟାପକ ମଦନ ମୋହନ ମଲ୍ଲିକ ସଞ୍ଚାଳନ ଦାଇତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଭାତ ମହାରଣା,ପ୍ରଦ୍ୟୁମ୍ନ ପାଢ଼ୀ, ବିଶ୍ୱରଞ୍ଜନ ଦିବେଦୀ,ଅମୀୟ କୁମାର, ତୁଷାରକାନ୍ତ ଶତପଥି, ଆର୍ଯ୍ୟନ ରାଉତ,ଦୀପକ ରଞ୍ଜନ ପାଣିଗ୍ରାହୀ ,ସୁକାନ୍ତ କୁମାର ଏବଂ ଶିକ୍ଷୟିତ୍ରୀ ତେଜସ୍ୱିନୀ,ଧରିତ୍ରୀ ମିଶ୍ର, ପ୍ରିୟଙ୍କା ବେହେରା,ଶୀତଲ ବେରାଗଡେ,ଜ୍ୟୋତି ଝା ,ପ୍ରମିଳା ବେହୁରା, ଅନିନ୍ଦିତା ବେହୁରା, ବିଦ୍ୟାବତୀ,ସୁଜାତା ପରିଡା,ତୃପ୍ତି ରାୟ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ନୀତି ସମ୍ପର୍କରେ ଅବଗତ ହୋଇଥିଲେ। ଶେଷରେ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close