‘ଉଦୟବଟ’ ତରଫରୁ ପୂର୍ବତନ ବିଧାୟକ ‘ଅଶୋକ ଦାସ ସ୍ମାରକୀ’ ଜୁନିୟର ଅନଲାଇନ ବକ୍ତୃତା ପ୍ରତିଯୋଗିତା

ବ୍ୟାସନଗର,୧୯/୧୨: ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଓ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ କେରାଇର ପୂର୍ବତନ ବିଧାୟକ ତଥା ଯାଜପୁରର ଭୂମିପୂତ୍ର, ଓଡ଼ିଶା ବିରୋଧି ଦଳ ନେତା ତଥା ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସ ସ୍ମାରକୀ ଅନ୍‌ଲାଇନ ବକ୍ତୃତା ପ୍ରତିଯୋଗିତା-୨୦୨୧ ଆଜି ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବାର୍ତା ସଂପାଦକ ତଥା ବରିଷ୍ଠ ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ, ବିଜ୍ଞାନ ଶିକ୍ଷକ ସୈାଭାଗ୍ୟ ମୁଦୁଲି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ବେହେରା ପ୍ରମୁଖ ସଂଚାଳନ କରିଥିଲେ । ଏଥିରେ ସେଂଟ ଜାଭିୟର୍ସ ସ୍କୁଲ, ଯାଜପୁରରୋଡ, ମାଉଂଟ ଲିଟରା ଜି ସ୍କୁଲ, କୁସୁନପୁର, ଡି.ଏ.ଭି ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର, ବ୍ୟାସନଗର ପବ୍ଲିକ ସ୍କୁଲ, ଏସ.ବି.ଡି ଇଟଂରନ୍ୟାସନାଲ ସ୍କୁଲ, ଯାଜପୁରରୋଡ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଦାନଗଦି, ସେଂଟ ମେରୀ ସ୍କୁଲ, କହ୍ନେଇପୁର, ସେଂଟ ଜାଭିୟର୍ସ ଇଂଟରନ୍ୟାସନାଲ ସ୍କୁଲ ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବକ୍ତୃତାର ବିଷୟବସ୍ତୁ ଥିଲା- “ଅନ୍‌ଲାଇନ ଶିକ୍ଷା” । ଏଥିରେ ୩୦ଜଣ ଭାଗ ନେଇଥିଲେ । ତନ୍ମମଧ୍ୟରୁ ପ୍ରିୟାଷ୍ମୀ ବିଶ୍ୱାଳ, ସେଂଟ ଜାଭିର‌୍ୟସ ସ୍କୁଲ, ଯାଜପୁରରୋଡ ୧ମ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱର ଡି.ଏ.ଭି ସ୍କୁଲର ଛାତ୍ରୀ ପ୍ରିୟାଲୀ ମହାନ୍ତି ଓ ଯାଜପୁରରୋଡ ସେଂଟ ମେରୀ ସ୍କୁଲର ଛାତ୍ରୀ ଯୋଶିତା ପଣ୍ଡା ଯୁଗ୍ମ ଭାବେ ୨ୟ ସ୍ଥାନ ଅଧିକାର କରିଛନ୍ତି । ୩ୟ ସ୍ଥାନରେ ଅଛନ୍ତି ସେଂଟମେରୀର ଛାତ୍ରୀ ସିମରନ୍ ପଟ୍ଟନାୟକ, ସରସ୍ୱତୀ ଶିଶୁ ମନ୍ଦିର, ଦାନଗଦି (କଳିଙ୍ଗନଗର)ର ଛାତ୍ରୀ ସାଇରୁଦ୍ରା ବେହେରା ଓ ମାଉଂଟ ଲିଟରା ଜୀ ସ୍କୁଲର ଛାତ୍ରୀ ଅନନ୍ୟା ମହାପାତ୍ର । ଆସନ୍ତା ୨୯/୧୨/୨୦୨୧ରେ ଯାଜପୁରରୋଡରେ ଅନୁଷ୍ଠିତ ଅଶୋକ ଦାସଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକୀ ଓ ‘ଉଦୟବଟ’ର ୧୮ତମ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବରିଷ୍ଠ ସହଯୋଗୀ ସଂପାଦକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close