ଇକୋ କ୍ଲବ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର / ବ୍ୟାସନଗର ; ୧୮/୧୨ (ନିପ୍ର) : ଶୁକ୍ରବାର ପୂର୍ବାହ୍ନରେ ବୈଷ୍ଣବ ଦତ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି, ଜାତୀୟ ସବୁଜ ବାହିନୀ ପକ୍ଷରୁ ଏକ ଦିବସୀୟ ଇକୋ କ୍ଲବ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିବେଶ ଏକ ବ୍ୟାପକ ଶବ୍ଦ ଏହା ସୁରକ୍ଷିତ ରହିଲେ ହିଁ ଜୀବ ଜଗତ ବଞ୍ଚି ପାରିବ ବୋଲି ଡ଼େପୁଟି କଲେକ୍ଟର କୂଳମଣୀ ନାୟକ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି, ଜାତୀୟ ସବୁଜ ବାହିନୀର ଆବାହକ ଡ଼ଃ ଶରତ କୁମାର ସାହୁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ ବିଭିନ୍ନ ଉପାଦେୟ ଉଦାହରଣ ଛଳରେ ପରିବେଶ ସୁରକ୍ଷା ମଣିଷର ଦାୟିତ୍ୱ ଓ ଜୀବ ଜଗତର ସ୍ଥାୟିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରକୃତି ଜୀବ ଜଗତକୁ ଏକ ସୁସ୍ଥ ଓ ଉପଯୋଗୀ ପରିବେଶ ଦାନ କରିଥିଲା କିନ୍ତୁ ଆମେ ମନୁଷ୍ୟ ନିଜର ସ୍ୱାର୍ଥ୍ୟ ସାଧନ ପାଇଁ ଏହାକୁ ଦୁଶିତ, କଳୁଷିତ ଓ ନଷ୍ଟ କରିଚାଲିଛନ୍ତି । ବର୍ତ୍ତମାନ ଏହାକୁ ବ୍ୟାପକ ସଚେତନତା ମାଧ୍ୟମରେ ସଜାଡ଼ିବାକୁ ସେ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଡ଼ଃ ନୃସିଂହ ଚରଣ ବେହେରା ପ୍ଲାଷ୍ଟିକ ଓ ଆବର୍ଜନା ପରିଚାଳନା, ଡ଼ଃ ମହେଶ୍ୱର ଜେନା ସାମନ୍ତ ବିଭିନ୍ନ ପ୍ରକାଶ ଆବର୍ଜନାର ସଫଳ ପରିଚାଳନା, ବିଜୟ କୁମାର ସାହୁ ଜୈବ ବିବିଧତା, ବିଜୟ ମୋହନ ରାୟ ଜଳ ପ୍ରଦ୍ୟୁଷଣ, ଡ଼ଃ ଶରତ କୁମାର ସାହୁ ବାୟୁ ପ୍ରଦ୍ୟୁଷଣ, ସେକ୍ ମହମ୍ମଦ ସଫିକ୍ ବନ୍ୟଜନ୍ତୁ ସଂରକ୍ଷଣ ଓ ମାନବ ସହିତ ସେମାନଙ୍କ ବିବାଦ ଓ ସମାଧାନ, ବିଷ୍ଣୁ ଚରଣ ସାହୁ, ଜିଆଖତ ପ୍ରସ୍ତୁତି ପରିଚାଳନା ଓ ନର୍ସରୀ ବିକାଶ ସମ୍ପର୍କରେ ବିଶଦ ସଚିତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଉପଯୋଗୀ ପୁସ୍ତକ, ମାଗାଜିନ୍‌, କ୍ୟାଲେଣ୍ଡର ଉନ୍ମୋଚିତ ହୋଇ ଇକୋ କ୍ଲବ ତତ୍ତ୍ୱାବଧାରକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଶିକ୍ଷକ ମାନଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସହଯୋଗୀ ଆବାହକ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, ରସୁଲପୁର ଓ ଯାଜପୁର ପୈାରାଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଇକୋ କ୍ଲକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close