ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧ ନିମନ୍ତେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ଦକ୍ଷତା ବୃଦ୍ଧି ଉପରେ ଯାଜପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, ୨୭ା୧୧: ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସହରାଂଚଳ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ôଥି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଯୋଗଦେଇ ଯାଜପୁର ସହରକୁ ଅଧିକ ସ୍ୱଚ୍ଚ୍ଥ ଓ ସୁସ୍ଥ କରିବା ପାଇଁ ବର୍ତମାନ ସମୟ ଆସିଚ୍ଥି ଓ ଏଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ସେ ଆହ୍ୱାନ ଦେଇଥିଲେ । ସପେଂଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପରେ ସୁ-ବ୍ୟବସ୍ଥିତ ଓ ଊତମ ଜ୍ଞାନ କୈାଶଳ ମାଧ୍ୟମରେ ପୈାର ସଂସ୍ଥା ତରପଂରୁ ସେଗୁଡିକରୁ ଖତ ପ୍ରସ୍ତୁତି କରି ବିକ୍ରି କରାଯିବ । ଉପଲବ୍ଧ ଅର୍ଥକୁ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇ ଅବଶିଷ୍ଟ ଅର୍ଥକୁ ସରକାରଙ୍କୁ ପ୍ରଦାନ କରାଯିବ । ତେଣୁ ସମସ୍ତ ବ୍ୟକ୍ତିବିଶେଷ ଆବର୍ଜନାଗୁଡିକୁ ନୀଳ ଓ ସବୁଜ ଡବାରେ ପକାଇବା ଉଚିତ । ସ୍ୱଚ୍ଚ୍ଥ ଭାରତର ସ୍ୱପ୍ନ ସାକାର ପାଇଁ ସ୍ୱଚ୍ଚ୍ଥ ସାଥୀ ଓ ସପେଂଇ କର୍ମଚାରୀମାନଙ୍କର ଅବଦାନ ଅତୁଳନୀୟ । ତେଣୁ ସେମାନଙ୍କ ପାଇଁ ଯାଜପୁର ପୈାର ସଂସ୍ଥା ଗର୍ବିତ । ଉଲ୍ଲେଖନୀୟ କର୍ତବ୍ୟ ପାଇଁ ସପେଂଇ କର୍ମଚାରୀମାନଙ୍କୁ ପ୍ରମାଣ ପତ୍ର ଓ ମାସ୍କ ପ୍ରଦାନ କରାଯାଇଥିଲା । ପରେ ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳିକ ସ୍ୱଚ୍ଚ୍ଥ ରଥକୁ ସହର ପରିକ୍ରମା ନିମନ୍ତେ ଉଦ୍‌ଘାଟନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ମୁନିସିପାଲିଟିର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଓ.ଏସ୍‌.ଡି ସୁଦର୍ଶନ ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍ୱଚ୍ଚ୍ଥ ସାଥୀ, ସପେଂଇ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସାନିଟେସନ ବିଶେଷଜ୍ଞ ଦେବାଶିଷ ଭୂୟାଁ ଏହାକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close