ରାଜକନିକା ବ୍ଲକ ହାଟସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟରୁ ଚୋରୀ

ରାଜକନିକା, ୨୨/୦୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅର୍ନ୍ତଗତ ହାଟସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟରୁ ଗତ ୨୦/୦୮/୨୦୨୦ ବିଳମ୍ବିତ ରାତ୍ରୀରେ ଦୁବୁର୍ତମାନେ ଇନର୍ଭଟର ବ୍ୟାଟେରୀ, କେତେକ ଆସବାବପତ୍ର ଓ କ୍ୱାରେନଟାଂଇନ କେନ୍ଦ୍ରରେ କେତେକ ବ୍ୟବହୃତ କେତେକ ଜିନିଷପତ୍ର ଆଦିକୁ ଚୋରୀ କରିନେଇଛନ୍ତି । ଏ ସଂର୍ପକରେ କଣ୍ଡିଆ ଫାଣ୍ଡିରେ ସରପଂଚ ସଂଯୁକ୍ତା ଜେନା ଅଭିଯୋଗ କରିଥିବାର ଫାଣ୍ଡି ଅଧିକାରୀ ନିରଞ୍ଜନ ପ୍ରଧାନଙ୍କ ଠାରୁ ପ୍ରକାଶ । ସୁଚନାଯୋଗ୍ୟ, ଏହି ପଂଚାୟତ କାର୍ଯ୍ୟାଳୟରେ କରୋନା ସଂକ୍ରମିତଙ୍କ ସକାଶେ କ୍ୱାରେନଟାଂଇନ କେନ୍ଦ୍ର କରାଯାଇଛି । କେହି ଠାଉରିଆ ଚୋର ଆବଶ୍ୟକୀୟ ବ୍ୟବହୃତ ଜିନିଷପତ୍ର ଉପରେ ନଜର ରଖି ଚୋରୀ କରିନେଇଥିବାର କୁହାଯାଉଛି । ଚୋରମାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ । ଚୋରୀ ଯାଇଥିବା ଇନର୍ଭଟର ବ୍ୟାଟେରୀ ଆଦିର ବିଲ ପୋଲିସ ନିକଟରେ ଏପର୍ଯ୍ୟନ୍ତ ପୈଠ ନ ହେବା କାରଣରୁ ତଦନ୍ତରେ ବିଳମ୍ବ ହେଉଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close