ସରପଞ୍ଚଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ


ଯାଜପୁର; ୦୩/୦୮ : ରାଜ୍ୟ ଗ୍ରାମ୍ୟ ଊନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ନବ ନିର୍ବାଚିତ ସରପଞ୍ଚ ମାନଙ୍କ ନିମନ୍ତେ ଗତ ଜୁନ୍ ମାସରୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଊଚ୍ଥି । ଏହି ଊପଲକ୍ଷେ ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପରିଷଦ ମିନି କନ୍‌ପଂରେନ୍ସ ହଲରେ କୋରାଇ ବ୍ଳକର ସରପଞ୍ଚ ଓ ଯାଜପୁର ବ୍ଳ୍‌କ ପଞ୍ଚାୟତ ସାଧନ କେନ୍ଦ୍ରରେ ଧର୍ମଶାଳା ବ୍ଳ୍‌କର ସରପଞ୍ଚ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଚ୍ଥି । ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ଏହି ଶିବିରକୁ ଊଦ୍‌ଘାଟନ କରି ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ସ୍ୱାଗତ କରିବା ସହ ଏକ ସ୍ୱଚ୍ଚ୍ଥ ଓ ଦକ୍ଷ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ମାନଙ୍କର ଭୂମିକା ଅତି ମହତ୍ୱପୂର୍ଣ୍ଣ ବୋଲି କହିବା ସହ ସମସ୍ତ ସଦସ୍ୟ ସକ୍ରିୟ ଭାବେ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ନିଜେ ସଶକ୍ତ ହୋଇ ନିଜ ପଞ୍ଚାୟତକୁ ସଶକ୍ତ କରିବାରେ ସହାୟକ ହେବାକୁ ପରାମର୍ଶ ଦେଇଚ୍ଥନ୍ତି । ରାଜ୍ୟ ଗ୍ରାମ୍ୟ ଊନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ମାନେ ଊଭୟ ସ୍ଥାନରେ ସରପଞ୍ଚ ମାନଙ୍କୁ ତାଲିମ ଦେଇଥିଲେ । ଏପିଡି ମଧୁମିତା ପୃଷ୍ଟି ଓ ରଶ୍ମିରେଖା ଜେନାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଚତୁର୍ଥ ପର୍ଯ୍ୟାୟରେ ଧର୍ମଶାଳା ବ୍ଳ୍‌କର ୪୫ ଟି ଗ୍ରାମ ପଞ୍ଚାୟତ ଓ କୋରାଇ ବ୍ଳ୍‌କର ୨୮ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଚ୍ଥି । ୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଚାଲିବ । ପର୍ଯ୍ୟାୟ କ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ବ୍ଳକର ସରପଞ୍ଚ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପ୍ରକାଶ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close