‘ଉଦୟବଟ’ ତରଫରୁ ପୂର୍ବତନ ବିଧାୟକ ‘ଅଶୋକ ଦାସ ସ୍ମାରକୀ’ ସଂଗୀତ, ଅଭିନୟ, ନୃତ୍ୟ ପ୍ରତିଯୋଗିତା

ବ୍ୟାସନଗର,୧୩/୧୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ କେରାଇର ପୂର୍ବତନ ବିଧାୟକ ତଥା ଯାଜପୁରର ଭୂମିପୂତ୍ର, ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସ ସ୍ମାରକୀ ଅଫ୍‌ଲାଇନ ସଂଗୀତ, ଅଭିନୟ, ନୃତ୍ୟ ପ୍ରତିଯୋଗିତା-୨୦୨୧ ଓ ଆଲୋଚନାଚକ୍ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ସୋମବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । । ଆଜି ୮ମ ଶ୍ରେଣୀରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିନିିୟର ବିଭାଗ ଅଫ୍‌ଲାଇନ ନୃତ୍ୟ ପ୍ରତିଯୋଗିତା, ଉଭୟ ଜୁନିୟର ଓ ସିନିୟର ବିଭାଗ ସଂଗୀତ ଓ ଅଭିନୟ ପ୍ରତିଯୋଗିତା ଗୁଡିକରେ ସେଂଟ ଜାଭିୟର୍ସ ସ୍କୁଲ, ମାଉଂଟ ଲିଟରା ଜି ସ୍କୁଲ, ବ୍ୟାସନଗର ପବ୍ଲିକ ସ୍କୁଲ, ଏସ.ବି.ଡି ଇଟଂରନ୍ୟାସନାଲ ସ୍କୁଲ, ଯାଜପୁରରୋଡ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ଗ୍ଲୋରିଅସ ଇଙ୍ଗ୍‌ଲିଶ ମିଡିୟମ ସ୍କୁଲ, ଦଳା, ଡିୟୁ ପବ୍ଲିକ୍ ସ୍କୁଲ, ଚଣ୍ଡିଖୋଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ଯାଜପୁରରୋଡ, ଆଦର୍ଶ ସ୍କୁଲ, ଦାନଗଦି ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାକୁ ବରିଷ୍ଠ ଜି.ଏସ.ଟି ଅଧିକାରୀ ଅତୁଲ କୁମାର ଜେନା ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସେଂଟ ଜାଭିର‌୍ୟସ ଗ୍ରୃପର ସି.ଇ.ଓ ତଥା ଅଧ୍ୟକ୍ଷ ଡ଼ଃ. ପ୍ରଦୀପ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଭଲ ପାଠ ପଢ଼ିବା ସହ କଳାରେ ରୁଚି ରଖିବାକୁ ପରାମର୍ଶ ଦେଇଥିଲେ । କରୋନା ଯୋଗୁ ପିଲାମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ବୋଲି କହିବା ସହ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ମନୋବଳକୁ ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଏଥିରେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳମଣି ମହାପାତ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ୟାମଳେନ୍ଦୁ ପାତ୍ର, ଉଦୟ ଓଝା ଓ ଅଜୟ କୁମାର ବ୍ରହ୍ମ ବିଚାରକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ତଥା ‘ଉଦୟବଟ’ର ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଶିକ୍ଷକ ସୈାଭାଗ୍ୟ ମୁଦୁଲି, ବିଦ୍ୟୁତ୍‌ପ୍ରଭା ରାୟ, ଚକ୍ରଧର ମଲ୍ଲିକ, ଶ୍ୱେତା ରାୟ, ନିରୋଦ ବେହେରା, ଇନ୍ଦୁମତି ସାହୁ, ଦମୟନ୍ତୀ ବଳ, ସସ୍ମିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ବିଧାୟକ ୰ ଦାସଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯିବା ସହ ‘ଉଦୟବଟ’ ଦ୍ୱାରା ଜାରୀ ରହିଥିବା ବିଭିନ୍ନ ସଚେତନଧର୍ମା, ଜନକଲ୍ୟାଣକାରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରାଯାଇଥିଲା । ଶେଷରେ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close