ଆରପାରିରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି

ଯାଜପୁର ; ୦୭/୧୨ (ବ୍ୟୁରୋ) : ନନ୍ଦ କିଶୋର ପୃଷ୍ଟି ପି:ଲାଭ ପୃଷ୍ଟି ମାତା: ଚନ୍ଦ୍ରମଣି ପୃଷ୍ଟି ଗ୍ରାମ-କାନ୍ତିରା ଜିଲ୍ଲା- ଯାଜପୁର ବୟସ ୧୦୪ କିଛି ଦିନ ତଳେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିବା ସ୍ଥଳେ ଆଜି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି । ନଭେମ୍ବର ୨୯ ତାରିଖରେ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ । ତା’ପରେ ସେହି ଦିନ ରାତିରେ ତାଙ୍କୁ ଟାଟା ମେଡିକାଲ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ୪ ତାରିଖରେ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୋକ ବାର୍ତ୍ତାରେ ଲେଖିଛନ୍ତି, ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ । ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହାସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସ୍ୱର୍ଗତଃ ନନ୍ଦ ସାର ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶୋକବାର୍ତ୍ତାରେ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଶିକ୍ଷାଗତ ଜଗତରେ ଏକ ଯୁଗର ଅବସାନ ଘଟିଲା । ଶତାୟୁ ବର୍ଷୀୟାନ ଶିକ୍ଷକ, ଆମ ମାଟିର ଗୌରବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି । ଆଦର୍ଶ ପରିବାରର ଗଠନ ଦିଗରେ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଲକ୍ଷ୍ୟ ପଥରେ ସତ ପଥକୁ ଆପଣାଇ ଆଗେଇଯିବାକୁ ସେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଯୋଗାଉଥିଲେ। ସମାଜରେ ଚୋର, ଦୁର୍ନୀତି ଖୋର,ନିଶାଖୋର ବଢ଼ି ଚାଲି ଥିବା ସ୍ଥଳେ ଏହାକୁ ବିରୋଧ କରି ସତ ମାର୍ଗରେ ଚାଲିବାକୁ ସେ ସବୁବେଳେ ପିଲା ମାନଙ୍କୁ କହୁଥିଲେ। ପିଲାର ବ୍ୟକ୍ତିତ୍ବ ଗଠନରେ ମୂଳଦୁଆକୁ ମଜବୁତ କରିବାକୁ ହେଲେ ଉଚିତ ଶିକ୍ଷାର ଆବଶ୍ୟକତା ରହିଛି ଆଗାମୀ ଭବିଷ୍ୟତ ଧରଙ୍କ ପ୍ରତି ତାଙ୍କର ବାର୍ତ୍ତା ରହିଛି ଯେ ସମସ୍ତେ କୁସଂସ୍କାର କୁ ଭୁଲି ଉଚିତ ମାର୍ଗରେ ଚାଲି ଆମ ରାଜ୍ୟ ତଥା ଆମ ଦେଶର ଟେକ ରଖିବାକୁ ସେ ଉପଦେଶ ଦେଇଆସୁଥିଲେ ତାଙ୍କରି ଏଭଳି ଶିକ୍ଷଣୀୟ କଥା ଆଗାମୀ ପିଢ଼ି ସବୁଦିନ ପାଇଁ ମନେ ରଖିଥିବ।ନନ୍ଦ ସାର୍‌ଙ୍କ ଜୀବନ ଯେତିକି ସଂଘର୍ଷମୟ, ସେତିକି ପ୍ରେରଣାଦାୟକ।

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close