କଳିଙ୍ଗନଗରର ବିଆରପିଏଲ ପ୍ଲାଣ୍ଟରେ ଲୁହାପଥର ପରିବହନ ନିର୍ଦ୍ଧାରିତ ଭଡ଼ାରେ ଗାଡିମାଲିକମାନେ ଅସନ୍ତୁଷ୍ଟ; କଳିଙ୍ଗନଗର ଥାନାରେ ଅଭିଯୋଗ

କଳିଙ୍ଗନଗର,୦୩ା୭(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ତା ୩/୦୭/୨୧ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ବିଆରପିଏଲ (BRPL) ପ୍ଲାଣ୍ଟରୁ ପାରାଦୀପକୁ ଚାଲିଥିବା ଲୁହାପଥର ପରିବହନରେ ନିର୍ଦ୍ଧାରିତ ଭଡ଼ାରେ ଅସନ୍ତୋଷ ହୋଇ ସ୍ଥାନୀୟ ଗାଡ଼ିମାଲିକମାନେ ବିରୋଧ ପ୍ରକାଶ କରି ବିଆରପିଏଲ ଗେଟ୍ ଆଗରେ ଧାରଣା ଦେବାସହ, ବିଆରପିଏଲ ପରିବହନ ମୁଖ୍ୟ ରଶ୍ମି ଭୋଲାଙ୍କୁ ଦାବିପତ୍ର ଦେଇଥିଲେ, ଆଜି ସେମାନେ ନିଜ ନିଜ ଗାଡ଼ିଗୁଡ଼ିକୁ ଲୋଡ୍ କରି ନ ଥିଲେ, ସେମାନେ କଳିଙ୍ଗନଗର ଥାନା ଭରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ଭେଟି ନିଜ ଦାବି ପତ୍ର ଦେଇଥିଲେ ଏବଂ ତାଙ୍କ ମାଧ୍ୟମରେ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗରର ଆଖପାଖ ସମସ୍ତ ଗାଡ଼ି ମାଲିକମାନେ ବିଆରପିଏଲ ଉପରେ ନିର୍ଭର କରୁଥିବା ବେଳେ ବିଆରପିଏଲର ମନମୁଖୀ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କେହି ନାହାନ୍ତି । ଏ ମହରଗ କାଳରେ ଡିଜେଲ୍, ରାସ୍ତା ଟିକସ, ଗାଡ଼ି ବିମା ଓ ଗାଡ଼ି ସହ ଜଡ଼ିତ ଥିବା ସମସ୍ତ ଜିନିଷର ଦର ଆକାଶ ଛୁଆଁ ହେଇଥିବା ବେଳେ ଗାଡ଼ି ଭଡ଼ା ବଢିବା ପରିବର୍ତ୍ତେ କମିବାରେ ଲାଗିଛି, ତେଲ ଦର ୬୫ ଟଙ୍କା ଥିଲା ବେଳେ ଟନ୍ ପିଛା ୭୦୦/- ଟଙ୍କା ଥିଲା, କିନ୍ତୁ ଏବେ ତେଲ ଦର ୧୦୦/- ଟଙ୍କା ପାର ହେଲା ବେଳେ ଗାଡ଼ି ଭଡ଼ା ଟନ୍ ପିଛା ୫୩୫/- ଦିଆଯାଉଛି । ଏହା ଛଡା ସ୍ଥାନୀୟ ଗାଡ଼ି ସଂଖ୍ୟା ୧୦୦ରୁ ଉର୍ଦ୍ଧ ଥିବା ବେଳେ ଦିନକୁ ସ୍ଥାନୀୟ ଗାଡ଼ି ମାତ୍ର ୨୦ଟି ଲୋଡ୍ ଦିଆଯାଉଛି। ତିନିଦିନରେ ଗୋଟେ ଭଡ଼ା ମିଳିବ କଷ୍ଟ ହେଉଥିବା ବେଳେ ରାଜ୍ୟ ବାହାରୁ ଓ ଜିଲ୍ଲା ବାହାରୁ ଗାଡ଼ିଗୁଡ଼ିକୁ ପ୍ରତିଦିନ ୨୦୦ରୁ ଉର୍ଦ୍ଧ ଗାଡ଼ି ଲୋଡ୍ ଦିଆ ଯାଉଛି । ସେମାନଙ୍କ ଗାଡ଼ି ଆଗ ଲୋଡ୍ ହେବା ପରେ ଯାହା ବଳୁଛି ସ୍ଥାନୀୟ ଗାଡ଼ିକୁ ଲୋଡ୍ ଦିଆଯାଉଛି । ଏହାକୁ ବିରୋଧ କରି ବହୁବାର ବିଆରପିଏଲ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରା ଯିବା ସତ୍ବେ କୌଣସି ପ୍ରତିକ୍ରିୟା ଦେଖା ଯାଉନାହିଁ । ଆଜି ଏକ ସାମ୍ବାଦିକ ଟିମ୍ ବିଆରପିଏଲ ପରିବହନ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ, କିନ୍ତୁ ସେଠାରେ ସେମାନଙ୍କୁ କାରଖାନା ଗେଟରେ ଭିତରକୁ ଛଡା ଯାଇନଥିଲା। ଏପରି ଲାଗୁଛି ଯେପରି କୌଣସି ବଳିଷ୍ଠ ବ୍ୟକ୍ତିଙ୍କ ଇଙ୍ଗିତରେ ଏସବୁ ଚାଲିଛି। ଗାଡ଼ି ମାଲିକମାନେ ଋଣରେ ଆଣିଥିବା ଗାଡ଼ିର କିସ୍ତି ଠିକ୍ ସମୟରେ ପୈଠ କରି ପାରୁନାହାନ୍ତି, ଯାହାଫଳରେ ସେମାନେ ନାହି ନ ଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ତାଙ୍କର ଭଡ଼ା ଵଢା ନ ଯାଏ ଓ କରାଯାଇଥିବା ଅନ୍ୟ ଦାବି ପୁରାଣ କରା ନ ଯାଏ, ତେବେ ଆଗାମୀ ଦିନରେ ଗାଡ଼ିମାଲିକମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close