ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀ କଲେ ରାସ୍ତା ମରାମତି

ଯାଜପୁର;୨୦/୧୦(ନି ପ୍ର): ଯାଜପୁର ଜିଲ୍ଲା କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମର ୧ ନମ୍ବର ୱାର୍ଡ ର ରାସ୍ତା ପୁରା ଶୋଚନୀୟ ଅବସ୍ଥାରେ ରହିଛି। ଏନେକ ପରିବାର ଏଠାରେ ବସ ବାସ କରୁଥିବା ବେଳେ ଏହି ରାସ୍ତା ପ୍ରତି କାହାର ଦୃଷ୍ଟି ପଡେନାହିଁ । ସ୍ଵାଧିନତା ର ୭୬ ବର୍ଷ ପରେ ବିକାଶ ର ଗନ୍ଧ ସ୍ପଷ୍ଟବାରି ହେଇଯାଉଛି । ଆଜି ଏ ରାସ୍ତା ଦେଖିଲେ ସରକାର କେତେ ଆଗରେ ଅଚ୍ଛି ତାହା ଜାଣି ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମିତ ହେଉଥିବାବେଳେ ଏବେବି କାଦୁଅ ରାସ୍ତାରେ ବାହାରି ପାରୁନାହାନ୍ତି ଲୋକେ ଟୋପାଏ ବର୍ଷା ହେଲେ ଏହି ରାସ୍ତାର ଅବସ୍ଥା ଯାହା ହେଉଥିବ ତାହା ବେଶ ବୁଝିପାରୁଥିବେ । କୁନି କୁନି ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବା ରେ ବାଧା ଉପୁଜିଥିବା ବେଳେ ଆମ୍ବୁଲାନ୍ସ ଟିଏ ମଧ୍ୟ ସାହିକୁ କେବେ ଆସିପାରୁନାହିଁ । ଆଜି କୁନି କୁନି ପିଲାମାନେ କଲମ ,ଖାତା ଧରି ପଢିବା ବେଳେ ଆଜି କୋଡ଼ି କୋଦାଳ,ପାଛିଆ ଧରି ଏହି ୱାର୍ଡର ସମସ୍ତ ଛାତ୍ରଛାତ୍ରୀ ଏଭଳି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଥିବା ବେଳେ ସ୍ଥାନୀୟ ବାସିନ୍ଦା ମଧ୍ୟ ସହଯୋଗ କରିବା ପାଇଁ ହାତ ବଢ଼େଇଥିଲେ । ଏଭଳି ମାନସିକତା ପିଲା ମାନଙ୍କର ଦେଖି ସ୍ଥାନୀୟ ବାସୀ ପୁରା ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ପିଲାମାନଙ୍କ ଏଭଳି କାର୍ଯ୍ୟ ପାଇଁ ଭୂୟସି ପ୍ରସଂସା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close