ଏନ .ସି. ସି (NCC) ତରଫରୁ ବ୍ୟାସନଗର ମହାବିଦ୍ୟାଳୟରେ ନୌସେନା ଦିବସ ପାଳିତ

  ବ୍ୟାସନଗର;୦୪/୧୨(ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟରେ ନୌସେନା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୁଶଚନ୍ଦ୍ର ପ୍ରଧାନ ଯୋଗଦେଇ NCC କ୍ୟାଡେଟ୍  ମାନଙ୍କୁ ଶୃଙ୍ଖଳିତ ଓ ଦେଶ ସେବାରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର NCC ଅଫିସର୍ କ୍ୟାପ୍ଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନୌସେନା ଦିବସର ମହତ୍ତ୍ୱ ବିଷୟରେ କ୍ୟାଡେଟ୍ ମାନଙ୍କୁ ବୁଝାଇ କହିଥିଲେ । ଓଡ଼ିଶା ବାଟାଲିୟନ୍ ତରଫରୁ ନୌସେନା ଦିବସ ଅବସରରେ ଏକ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି କଲେଜରୁ ବାହାରି ଚୋରଦା ଓ ଧବଳଗିରି ଛକ ଦେଇ ପୁଣି କଲେଜରେ ପହଞ୍ଚିଥିଲା । କ୍ୟାଡେଟ୍ ମାନେ ହାତରେ ବ୍ୟାନର ଓ ଫ୍ଲାକାର୍ଡ ଧରି ଲୋକମାନଙ୍କୁ ନୌସେନା ଦିବସର ମହତ୍ତ୍ୱ ବିଷୟରେ ସଚେତନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ରେ କ୍ୟାଡେଟ୍ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୩୫ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପ୍ରାଧ୍ୟାପକ ରାଜକିଶୋର ପହି, ଡ଼ଃ. ସୁଧାଂଶୁ କୁମାର ଦାସ, ଅଧ୍ୟାପକ ସନାତନ ଦାସ, ବିବେକାନନ୍ଦ ଜେନା, ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ସହଯୋଗ କରିଥିଲେ । କ୍ୟାଡେଟ୍ ମାନଙ୍କ ମଧ୍ୟରେ SUO କାହ୍ନୁଚରଣ ବେହେରା, JUO ଶଙ୍କର୍ଷଣ ମହାନ୍ତ, ଶିବାନନ୍ଦ ନାୟକ, ବର୍ଷା ମହାକୁଡ଼, କ୍ୟାଡେଟ୍ ପ୍ରଜ୍ଞା ମିଶ୍ର, ଅର୍ପିତା ସିଂ, ଇତିଶ୍ରୀ ପଣ୍ଡା, ସୌଦାମିନୀ ସ୍ୱାଇଁ, ସ୍ମୃତିରେଖା ସାହୁ, ସୁସ୍ମିତା ଘଡେଇ, ସୁଦୀପ୍ତରଞ୍ଜନ ରାଉତ, ସୂର୍ଯ୍ୟକାନ୍ତ ସାହୁ , ଏସ୍ କୁମାର ସାହୁ ମଲ୍ଲିକ , ସତ୍ୟଜିତ୍ ସାହୁ, ଦେବରାଜ ଏସ୍ ସୁନ୍ଦର୍ ପୂର୍ତ୍ତି, ସୌମ୍ୟଜିତ୍ କର , ଜ୍ୟୋତିରଞ୍ଜନ ସାମଲ, ପ୍ରକାଶ କୁମାର ମଲ୍ଲିକ, ସୌମ୍ୟା ସୋନାଲି ସ୍ୱାଇଁ , ଅଭିଜିତ୍ କରଣ, ଅଭିନାଶ କର, ସୁଜିତ୍ ପାଣ୍ଡିଆନ୍, ସତ୍ୟଭାମା ପାତ୍ର, ଗୀତା ରାଉତ, ନମିତା ଟୁଡୁ, ସୁଚିସ୍ମିତା ସାହୁ, ରାଇମୁନି ପିଙ୍ଗୁଆ, ଲିଜାରାଣୀ ଜେନା, ହିମାଦ୍ରୀ ମଲ୍ଲିକ, ପୁଷ୍ପଲତା ଦାଶ ପ୍ରଭୃତି ଜୱାଦ ବାତ୍ୟାକୁ ଖାତିର୍ ନ କରି ସୂଚାରୁରୂପେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close