ଯାଜପୁରରୋଡରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ

ଯାଜପୁର, ୦୪ା୧୨ : ପରିବେଶ ପ୍ରଦୂଷଣଣ ଏକ ବିଶ୍ୱ ସମସ୍ୟା । କିନ୍ତୁ ତାହାର ସମାଧାନ ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା ସମ୍ଭବ ହୋଇପାରିବ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମତ ବ୍ୟକ୍ତ କରିଚ୍ଥନ୍ତି । ଗତ ଗୁୁରୁବାର ପୂର୍ବାହ୍ନରେ ଯାଜପୁରରୋଡର ଦଳା ଚ୍ଥକ ସ୍ଥିତ ମହାବୀର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଂଚଳିକ ଶାଖା ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର ୧୯୮୪ରେ ଭୋପାଳରେ ସଂଘଟିତ ଗ୍ୟାସ୍ ଦୁର୍ଘଟଣାର ସ୍ମୃତି ଓ ପରବର୍ତୀ ସୁରକ୍ଷା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଚ୍ଥି ବୋଲି କହିଥିଲେ । ପରିବେଶ ଏକ ବ୍ୟାପକ ଶଦ୍ଦ । ଆମେ ପ୍ରତ୍ୟେକ ବ୍ୟକ୍ତି, ଜୀବଜନ୍ତୁ, ଉଦ୍ଭିଦ ସେହି ପରିବେଶର ଅଂଶ ବିଶେଷ । ତେଣୁ ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିିବାକୁ ଆମେ ସାମୁହିକ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ କଳିଙ୍ଗନଗର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଂଚଳିକ ଅଧିକାରୀ ଇଂ. ପ୍ରମୋଦ କୁମାର ବେହେରା ଯୋଗ ଦେଇ ପରିବେଶ ପ୍ରଦୂଷଣର ସଂଜ୍ଞା, ବର୍ତମାନ ତାହାର ସ୍ଥିତି, ସୁରକ୍ଷା, ଜିଲ୍ଲାରେ ପରିବେଶ ଓ ପ୍ରଦୂଷଣର ସ୍ଥିତି ଓ ଆମମାନଙ୍କର ଦାୟିତ୍ୱ ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ପିଲାମାନଙ୍କ ଦ୍ୱାରା ପରିବେଶର ସୁରକ୍ଷା ସହଜ ହୋଇପାରିବ ବୋଲି ଶ୍ରୀ ବେହେରା ଆଶା ବ୍ୟକ୍ତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ମାନବ ସମାଜ ଦ୍ୱାରା ସର୍ବାଧିକ ପରିବେଶର ଅସନ୍ତୁଳନ ହେଉଚ୍ଥି ବୋଲି କହି ସମୟ ଆସିଚ୍ଥି ଏହି ବିପଦପୂର୍ଣ୍ଣ ପ୍ରଦୂଷଣକୁ ନିୟନ୍ତ୍ରଣ କରି ଆଗାମୀ ପୀଢିକୁ ଏକ ସୁସ୍ଥ ପରିବେଶ ଊପହାର ଦେଇପାରିବା ବୋଲି ଅନୁରୋଧ କରିଥିଲେ । ଜିଲ୍ଲା ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ ଜିଲ୍ଲା ପରିବେଶ ସମିତିର କାର୍ଯ୍ୟାବଳୀ, ପ୍ରଦୂଷଣ ନିୟନ୍ତ୍ରଣ ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଜାତୀୟ ସବୁଜ ବାହିନୀର ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ, ଦିବସର ଆଭିମୁଖ୍ୟ ଓ ପରିବେଶ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜାତୀୟ ସବୁଜ ବାହିନୀର ଅନ୍ୟତମ ମୁଖ୍ୟ ପ୍ରଶିକ୍ଷକ ଡଃ ମହେଶ୍ୱର ଜେନାସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବୀର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପରିଡା, କଳିଙ୍ଗନଗର ଆଂଚଳିକ ପ୍ରଦୂଷଣ ପରିଷଦର ଉପଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close