କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳମାର୍ଗ ମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ବୟସ୍କମାନଙ୍କୁ ଶୀତବସ୍ତ୍ର ବଣ୍ଠନ

ପାରାଦୀପ,୨୯ା୧୧(ଚକ୍ରଧର ଦାଶଙ୍କ ଠାରୁ): କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଭାଗ ଜାହାଜ ଚଳାଚଳ, ବନ୍ଦର ଓ ଜଳମାର୍ଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ଗସ୍ତରେ ଆସିଥିଲେ । ଏହି ଅବସରରେ ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ କଲୋନୀ ଠାରେ କଲୋନୀର ବୟସ୍କ ବ୍ୟକ୍ତିମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଠାକୁର ଶୀତବସ୍ତ୍ର ବଂଟନ କରିଥିଲେ । ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ‘ମନସା ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ଯୋଗ ଦେଇଥିଲେ । ବସ୍ତିର ମହିଳା ଓ ଟ୍ରଷ୍ଟର ସଦସ୍ୟମାନେ ମାନ୍ୟବର ମନ୍ତ୍ରୀଙ୍କୁ ଉଛସ୍ୱିତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଥିଲେ । ସେ ବସ୍ତି ବାସିନ୍ଦାମାନଙ୍କର ଉନ୍ନତି କାମନା କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏ.କେ.ବୋଷ, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଏନ.ସି. ଅଗସ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close