ସର୍କିଟ ହାଉସ ଠାରେ ୫ମ ଜିଲ୍ଲା ପରିଷଦର ତ୍ରୟୋଦଶ ବୈଠକ ଅନୁଷ୍ଠିତ

ଯାଜପୁର ; ୨୬/୧୧ (ବ୍ୟୁରୋ) : ଜିଲ୍ଲା ପରିଷଦ ସାଧାରଣ ଲୋକ ମାନଙ୍କର ମୈାଳିକ ସମସ୍ୟା ସମାଧାନର ଏକ ପ୍ରକୃଷ୍ଠ ମାଧ୍ୟମ । ଲୋକ ପ୍ରତିନିଧି ଓ ପ୍ରଶାସନ ଉତ୍ତରଦାୟୀ ଭାବେ କାର୍ଯ୍ୟ କଲେ ସାଧାରଣ ଲୋକେ ଉପକୃତ ହେବା ସହ ସର୍ବୋତ୍ତମ ସେବା ଲୋକ ମାନଙ୍କୁ ଯୋଗାଇ ଦିଆଯାଇପାରିବ ବୋଲି ଯାଜପୁର ଲୋକ ସଭା ସାଂସଦ ଶର୍ମିଷ୍ଠା ସେଠୀ ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ୫ମ ଜିଲ୍ଲା ପରିଷଦର ତ୍ରୟୋଦଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀମତୀ ସେଠୀ ଯୋଜନାର ସପଂଳତା ପାଇଁ ପ୍ରତ୍ୟେକ ଉନ୍ନତ ସେବା ଯୋଗାଣ ସହ, ପ୍ରତି ବୈଠକରେ ଅଧିକାରୀ ମାନେ ନିଶ୍ଚିତ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଥିଲେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବରୀ ବିଧାୟିକା ସୁନନ୍ଦା ଦାସ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନାକୁ ସପଂଳ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ତତ୍ପର ହେବା ସହ ଲୋକ ପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେଉଚ୍ଥନ୍ତି । ତେଣୁ ଲୋକ ପ୍ରତିନିଧି ମାନେ ପ୍ରତ୍ୟେକଟି ଯୋଜନାକୁ ଜାଣି ଲୋକଙ୍କୁ ସହାୟତା କରିବାକୁ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିବା ସହ ୫ମ ଜିଲ୍ଳ୍‌ା ପରିଷଦର ସଂପୂର୍ଣ୍ଣ ଅଧିବେଶନରେ ସଦସ୍ୟ ମାନଙ୍କ ସହଯୋଗ ପାଇଁ ଅଧିକାରୀ ଓ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା ଓ ବିବିଧ ସମସ୍ୟାର ସମାଧାନ ପାଇଁ ଉତ୍ତର ଦେଇଥିଲେ । ପରେ ସ୍ୱାସ୍ଥ୍ୟ ସଂପର୍କିତ ଆଲୋଚନା କରାଯାଇ ଜିଲ୍ଲାର ୭,୩୩,୮୩୬ ଜଣଙ୍କର କୋଭିଡ ନମୁନା ପରୀକ୍ଷା କରାଯାଇଚ୍ଥି ଓ ସେଥିରେ ୪୩୯୬୧ ପଜିଟିଭ ଚିହ୍ନଟ ହୋଇଚ୍ଥନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ । ୪୩୭୪୦ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୮୩ ଜଣ କୋଭିଡ ଆକ୍ରାନ୍ତ ହୋଇଚ୍ଥନ୍ତି ଓ ୧୩୮ ଜଣଙ୍କର କୋଭିଡ ଜନୀତ ମୃତ୍ୟୁ ଘଟିଚ୍ଥି । ସେହିପରି ୧୧୬୭୮୯୯ ଜଣଙ୍କର ପ୍ରଥମ ଡୋଜ କୋଭିଡ ଟୀକାକରଣ ହୋଇଥିବା ବେଳେ ୮୨୬୬୬୯ ଜଣଙ୍କ ୨ୟ ଡୋଜ ଟୀକାକରଣ ହୋଇଚ୍ଥି । ବର୍ତ୍ତମାନ ଆଶା ଦିଦିଙ୍କ ମାଧ୍ୟମରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସଚେତନ କରାଯାଉଚ୍ଥି । ଜିଲ୍ଲାରେ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଏନ୍‌.ଭି.ବି.ଡି.ସି.ଜି. କାର୍ଯ୍ୟକ୍ରମ, ଜାତୀୟ ଯକ୍ଷ୍ମା ନିରାକରଣ, ଅନ୍ଧତ୍ୱ ଦୂରୀକରଣ, କୁଷ୍ଠ ନିରାକରଣ, ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ଗ୍ରାମ କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି କାର୍ଯ୍ୟକ୍ରମ ଜାରି ରହିଚ୍ଥି । କୃଷି ବିଭାଗ ପକ୍ଷରୁ ୨୦୨୧-୨୨ ଖରିପଂ ଋତୁରେ ୧୦୯୮୬୦ ହେକ୍ଟର ଶସ୍ୟ ଜାତୀୟ ପଂସଲର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୯୨୦୯୭ ହେକ୍ଟରରେ ଚାଷ ହୋଇଚ୍ଥି । ଡାଲି ଜାତୀୟ ୩୬୫୦ ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟରୁ ୩୦୮୪ ହେକ୍ଟର, ପନିପରିବା ୨୪୫୨୦ ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟରୁ ୨୩୨୧୩ ହେକ୍ଟର, ମସଲା ଜାତୀୟ ୨୧୮୩ ହେକ୍ଟର ମଧ୍ୟରୁ ୨୨୦୩ ହେକ୍ଟର , ଆଖୁ ଜାତୀୟ ୧୬୨୭ ହେକ୍ଟର ଓ ପଶୁ ଖାଦ୍ୟ ୨୦ ହେକ୍ଟରରେ ଚାଷ ହୋଇଚ୍ଥି । ଖରିପଂ ଋତୁରେ ୬୧୦୫ କ୍ୱିଣ୍ଟାଲ ଧାନ ବିହନ ବିକ୍ରି ହୋଇଚ୍ଥି । ଏହି ସମୟରେ ୧୫୧୮୬ ଟନ୍ ଖାଦ୍ୟ ସାର ହିସାବରେ ଚାଷୀ ମାନେ ପଞ୍ଜିକୃତ ବିକ୍ରେତାଙ୍କ ମାଧ୍ୟମରେ ବ୍ୟବହାର କରିଚ୍ଥନ୍ତି । ପୂର୍ବ ଭାରତ ସବୁଜ ବିପ୍ଳବ ଯୋଜନା ମାଧ୍ୟମରେ ୮ଟି ବ୍ଳକରେ ୭୫୦ ହେକ୍ଟର ଜମିରେ ଧାନ କ୍ଷେତ୍ର ପ୍ରଦର୍ଶନ ଓ ଗୋଟିଏ ବ୍ଳକରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ୧୦୦ ହେକ୍ଟରରେ ଧାନ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଚ୍ଥି । ୧୪୫୦ ହେକ୍ଟର ଜମିରେ ଧାଡି ରୁଆ ଧାନ ଚାଷ, ପ୍ରଧାନମନ୍ତ୍ରୀ ପଂସଲ ବୀମା ଯୋଜନାରେ ୧୦୦୯୧୨ ଜଣ ଅଣ ଋଣୀ ଓ ୪୩୩୨୬୪ ଜଣ ଋଣୀ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଚ୍ଥି । ପ୍ରାକୃତିକ ବିପର୍ଯ୍ୟୟରେ ଚଳିତ ଖରିପଂ ଋତୁରେ ୩୧୬୪୦.୫ ହେକ୍ଟର ଜମିରେ କୃଷି ଓ ଉଦ୍ୟାନ କୃଷି ଜମିରେ ଶତକଡା ୩୩ ଭାଗରୁ ଉର୍ଦ୍ଧ୍ୱ କ୍ଷତି ହୋଇଚ୍ଥି । ୨୦୨୧-୨୨ ରବି କାର୍ଯ୍ୟକ୍ରମ ପାଇଁ ୩୭୨୦ ହେକ୍ଟରରେ ଶସ୍ୟ ଜାତୀୟ, ୫୫୩୬୦ ହେକ୍ଟରରେ ଡାଲି ଜାତୀୟ, ୨୫୨୦୦ ହେକ୍ଟରରେ ତୈଳବୀଜ ଜାତୀୟ, ୨୪୨୨୦ ହେକ୍ଟରରେ ପନିପରିବା, ୪୭୦୦ ହେକ୍ଟରରେ ମସଲା ଜାତୀୟ, ଆଖୁ ପଂସଲ ୧୮୦୦ ହେକ୍ଟର, ଏହିପରି ମୋଟ ୧୧୫୦୦୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ ରଖାଯାଇଚ୍ଥି । ୨୦୨୧-୨୨ ବର୍ଷରେ ୫୯ଟି ଟ୍ରାକ୍ଟର ଯୋଗାଣ ଲକ୍ଷ୍ୟ ମଧ୍ୟରୁ ୩୦ଟି, ୬୦ଗି ରୋଟା ଭେଟର ମଧ୍ୟରୁ ୫୫ଟି, ଶକ୍ତି ଚାଳିତ ଧାନ ଅମଳ ଯନ୍ତ୍ର ୪୫ଟି ରୁ ୨୪ଟି, ୨୬ଟି କମ୍ୱାଇନ ହାରଭେଷ୍ଟର ଲକ୍ଷ୍ୟ ମଧ୍ୟରୁ ୨୧ଟି, ୬୪୫ ପମ୍ପ ସେଟ ମଧ୍ୟରୁ ୪୫୩ଟି, ୨୫୫ଟି ପାୱାରଟିଲର ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୨୨୧ ଟି ପ୍ରଦାନ କରାଯାଇଚ୍ଥି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ । ଅପର ପକ୍ଷରେ ବଳରାମ ଯୋଜନାରେ ଜିଲ୍ଲାର ୫୫୮୬ ମିଳିତ ଦେୟ ଗୋଷ୍ଠୀ କରାଯାଇ ଋଣ ପ୍ରଦାନର ଲକ୍ଷ୍ୟ ଥିବାବେଳେ ୨୮୦ ଗୋଟି ମିଳିତ ଦେୟ ଗୋଷ୍ଠୀକୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କ ପଠାଯାଇଚ୍ଥି । ପୂର୍ବ ଭାରତ ସବୁଜ ବିପ୍ଳବ ଯୋଜନାର ୨ଟି ବ୍ଳ୍‌କର ୧୫୦ ହେକ୍ଟର ଜମିରେ ମୁଗ କ୍ଷେତ୍ର ପ୍ରଦର୍ଶନ, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଯୋଜନାର ୨୦୦ ହେକ୍ଟର ଚିନାବାଦାମ, ୫୦ ହେକ୍ଟର ସୋରିଷ, ୫୦ ହେକ୍ଟର ସୂର୍ଯ୍ୟମୁଖୀ ପଂସଲ ପ୍ରଦର୍ଶନ କ୍ଷେତ୍ର ଭାବେ ଲକ୍ଷ୍ୟଧାର୍ଯ୍ୟ କରାଯାଇଚ୍ଥି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ୫୦୦୦ ମାଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷାର ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୯୮୦ଟି ପରୀକ୍ଷା କରାଯାଇଚ୍ଥି । ଚାଷୀଙ୍କୁ ବିଭିନ୍ନ ଯୋଜନା ପାଇଁ ବାରମ୍ୱାର ପରିଚୟ ପତ୍ର ଦେବାକୁ ପଡିବ ନାହିଁ । ଏକକ ପରିଚୟ ପତ୍ର ପ୍ରଦାନ ପାଇଁ ଡାଟାବେସ୍ ପ୍ରସ୍ତୁତ ହେଉଚ୍ଥି । ବର୍ତ୍ତମାନ ସୁଦ୍ଧା ୨୩୮୬୨୨ ଦରଖାସ୍ତ ମଧ୍ୟରୁ ୧୬୭୦୩୫ ଦରଖାସ୍ତ ବା ପ୍ରୋପାଂଇଲ ତନଖିର କାର୍ଯ୍ୟ ଶେଷ ହୋଇଚ୍ଥି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୪୭୦୫ ପ୍ରକଳ୍ପର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୧୯୮ ଟି ପୂର୍ଣ୍ଣାଙ୍ଗ ହୋଇଚ୍ଥି ବୋଲି ପ୍ରକଳ୍ପ ନିର୍ଚ୍ଚେଶକ ସୂଚନା ଦେବା ସହ ଏହି କାର୍ଯ୍ୟରେ ମୋବାଇଲ ପଂଟୋ ମନିଟରିଂ ସିଷ୍ଟମ ମାଧ୍ୟମରେ କର୍ମ ସ୍ଥଳରେ କାର୍ଯ୍ୟ ସମୟର ପଂଟୋ ଊଠାଯାଇ ପ୍ରେରଣ କରାଯାଇଚ୍ଥି ବୋଲି ସୂଚନା ଦେଇଥିଲେ। ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ଉପସଭାପତି ଅମୂଲ୍ୟବାଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close