ଖୋର୍ଦ୍ଧାରୋଡ ରେଳ ଜଙ୍କସନରେ ଆର.ପି.ଏଫ ତରଫରୁ ‘କୋଭିଡ ସଚେତନତା’ କାର୍ଯ୍ୟକ୍ରମ

ଖୋର୍ଦ୍ଧା,୨୩/୪(ରାଜୀବ ଲୋଚନ ବେହେରାଙ୍କ ଠାରୁ): ‘କରୋନା’ର ୨ୟ ଲହର ଦେଶବ୍ୟାପି ବିଭୀଷିକା ରଚି ଚାଲିଥିବାରୁ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ଶ୍ରମିକ, କର୍ମଚାରୀ ଆଦିମାନେ ପୁଣି ରାଜ୍ୟକୁ ଫେରିବାର ଉତ୍କଣ୍ଠା ଦେଖାଦେଇଛି । ଏଥର ରେଳ ଓ ବିମାନକୁ ସେମାନେ ଆଦରି ନେଇଛନ୍ତି । ବେଶି ଲୋକ ନିଜ ଖର୍ଚ୍ଚରେ ରେଳ ଜରିଆରେ ଘରକୁ ଫେରୁଥିବାର ଦେଖାଯାଉଛି । ସରକାରଙ୍କ ତରଫରୁ କିଛି ସହାୟତା ଦିଆଯାଉ ନ ଥିବା ବେଳେ କରୋନା ସଂକ୍ରମିତ କି ନାହିଁ ତା’ର ପ୍ରମାଣପତ୍ର ମଗାଯାଉଛି । ଖୋର୍ଦ୍ଧାରୋଡ ରେଳ ଜଙ୍କସନ୍ ବିଶେଷକରି ରାଜ୍ୟର ବିଭିନ୍ନ ଅଂଚଳକୁ ରେଳ ଜରିଆରେ ମୁଖ୍ୟ ସଂଯୋଗ ସ୍ଥଳ ହୋଇଥିବାରୁ କିଛି ଦିନ ହେଲା ରାଜ୍ୟ ଫେରନ୍ତା ଯାତ୍ରୀଙ୍କ ନାହିଁ ନ ଥିବା ଭିଡ଼ ଏଠାରେ ପରିଲକ୍ଷିତ ହେଉଛି । ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଖୋର୍ଦ୍ଧାରୋଡ ଆର.ପି.ଏଫ ଅଧିକାରୀମାନେ ଲାଗିପଡିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ଯାତ୍ରୀ ସଚେତନତା ସୃଷ୍ଟି କରାଯାଉଛି । ସମସ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଉଥିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା, ଭିଡ଼ରୁ ନିଜକୁ ଦୂରେଇ ରଖିବା, ସାନିସାଇଜ କରାଯିବା ଉପରେ ଆର.ପି.ଏଫ ଗୁରୁତ୍ୱ ଦେଉଛି । ଆଜି ପୂର୍ବାହ୍ନରେ ଏସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧାରୋଡ ରେଳ ଜଙ୍କସନ୍ ଷ୍ଟେସନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର.ପି.ଏଫ ଅଧିକାରୀ ଶିବାଜୀ ବେହେରା, ଘନଶ୍ୟାମ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close