ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା

ମୟୂରଭଞ୍ଜ ; ୧୧/୦୮ (ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଡାକ୍ତରଖାନା ର ସିକୁରିଟି ଗୃହ ର କବାଟ କାଚ ଭାଙ୍ଗିବା ସହ କୁଲର୍ ଭଙ୍ଗାରୁଜା କରିବା ଅଭିଯୋଗରେ ଠାକୁରମୁଣ୍ଡା ଗ୍ରାମ ପଞ୍ଚାୟତ ରଗୁଡିବେଡା ଗ୍ରାମ ଚମକପୁର ସାହିର ପବିତ୍ର ମୋହନ ମହାନ୍ତଙ୍କ ପୁଅ ଶୁଶାନ୍ତ ମହାନ୍ତ ଗିରଫ।ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ରେ ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ହାଇସ୍କୁଲ ନିକଟରେ ହୋଇଥିବା ମର୍ମନ୍ତୁକ ସଡକ ଦୁର୍ଘଟଣାରେ କରଞ୍ଜିଆ ନିକଟସ୍ଥ ସିଙ୍ଗଡ଼ା ଗ୍ରାମର ଚନ୍ଦ୍ରକାନ୍ତ ନାୟକ ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ଡାକ୍ତରଖାନା କୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ ବୋଲି ଚନ୍ଦ୍ରକାନ୍ତ ର ଶବ କୁ ଡାକ୍ତର ଖାନାର ଏକ କୋଣରେ ରଖାଯାଇଥିଲା।ରାତି ପ୍ରାୟ ନଅଟା ସମୟରେ ନିସାଶକ୍ତ ହୋଇ ଶୁଶାନ୍ତ ଆସି ଡାକ୍ତରଖାନା ରେ ପହଞ୍ଚି ଥିଲେ। ମୃତ ଚନ୍ଦ୍ରକାନ୍ତ ମୋ ସମ୍ପର୍କୀୟ, ତାର ଶବକୁ କାହିଁକି ଅନ୍ଧାରରେ ରଖାଯାଇଛି ବୋଲି ଚିତ୍କାର କରିଥିଲେ। ଚିତ୍କାର ନ କରିବାକୁ ଡିୟୁଟି ରେ ଥିବା ଡାକ୍ତର ଏବଂ ସିକୁରିଟି ବାରଣ କରିଥିଲେ। ଏଥିରେ ଶୁଶାନ୍ତ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିବା ସହ ସିକୁରିଟି ଗୃହ ର କବାଟ କାଚ ଭାଙ୍ଗିବା ସହ କୁଲର୍ କୁ ଭଙ୍ଗାରୁଜା କରି ଚମ୍ପଟ ମାରିଥିଲେ। ପରେ ଡାକ୍ତର ଏବଂ ସିକୁରିଟି ପାଖରୁ ଖବର ପାଇ ବୁଧବାର ସକାଳେ ଡାକ୍ତରଖାନା ଇନଚାର୍ଜ ଦିବାକରମାଝି ଠାକୁରମୁଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଠାକୁରମୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ଶୁଶାନ୍ତ କୁ ଗିରଫ କରିଥିଲା। ଠାକୁରମୁଣ୍ଡା ଥାନା ପୁଲିସ ୭୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶୁଶାନ୍ତ କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଆଇ କ୍ରିଶାନ୍ତା ଟିଗା ସୂଚନା ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close