ଆଇନ ସେବା ପ୍ରାଧିକରଣ ଲୋକଙ୍କୁ ସଚେତନ ଓ ସଶକ୍ତ କରିଛି: ଯାଜପୁର ଜିଲା ଦୈାରାଜଜ୍ ଶ୍ରୀ ମିଶ୍ର

ଯାଜପୁର, ୧୩.୧୧: ଆଇନ୍ ସେବା ପ୍ରାଧିକରଣ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ କର୍ତବ୍ୟ ସମ୍ପର୍କରେ ସଚେତନ ଓ ସଶକ୍ତ କରାଉଛି ବୋଲି ଜିଲା ଦୈାରାଜଜ୍ ଶ୍ରୀକାନ୍ତ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଆଜି ଶନିବାର ପୁର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲା ଆଇନ୍‌ସେବା ପ୍ରାଧିକରଣ, ଯାଜପୁର ଓ ଜିଲା ପ୍ରଶାସନ ଯାଜପୁରର ମିଳିତ ସହଯୋଗରେ ଜାତୀୟ ଆଇନ୍‌ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ୍‌ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍‌ଘାଟିତ କରି ଦୈାରାଜଜ୍ ଶ୍ରୀ ମିଶ୍ର ପ୍ରତ୍ୟେକ ନାଗରିକର ଅଧିକାର ଓ କର୍ତବ୍ୟକୁ ସାବ୍ୟସ୍ତ କରିବାକୁ ଆମ ସମ୍ବିଧାନରେ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ୧୯୮୭ମସିହା ଠାରୁ ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଶିକ୍ଷା ପ୍ରାରମ୍ଭରେ ଆମେ ଶିଖୁଥିବା ଅ ଓ ଆ ହେଲା ଅଧିକାର ଓ ଆଇନ୍ । ତେଣୁ ଆଇନ୍ ସମ୍ପର୍କରେ ପ୍ରତ୍ୟେକ ଅବଗତ ହେବା ସହ ବିବିଧ ଯୋଜନାର ସୁଫଳ ପାଇବାକୁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲା ଦୈାରାଜଜ୍ ଜ୍ଞାନ ରଞ୍ଜନ ବାରିକ୍ କୋଭିଡ଼୍ ସମୟରେ ଆଇନ୍‌ସେବା ପ୍ରାଧିକରଣ ଲୋକମାନଙ୍କ ପାଇଁ ଅନେକ ପଦକ୍ଷେପ ନେଇଛି ବୋଲି କହିବା ସହ ଆଇନ୍ ଯେପରି ଗ୍ରାମାଂଚଳ, ଦୁର୍ଗମ ଓ ଅପହଂଚଞ୍ଚଅଂଚଳର ଅଧିବାସୀଙ୍କ ଘର ନିକଟରେ ପହଚେଂଞ୍ଚସେଥିପାଇଁ ପ୍ରାଧିକରଣ ଉଦ୍ୟମ କରୁଛି ବୋଲି ସେ କହିଥିଲେ । ଅତିରିକ୍ତ ଜିଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ଅଜ୍ଞତା ସବୁ ସମସ୍ୟାର ମୂଳ, ସେଥିରୁ ମୁକ୍ତି ସହ ଆଇନ୍ ସମ୍ପର୍କରେ ଅବଗତ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବା ହିଁ ଏହି ଶିବିରର ମୂଳ ଉଦ୍ଦେଶ୍ୟ ବୋଲି କହିବା ସହ୧୨୯ଜଣ ହିତାଧିକାରୀଙ୍କୁ ଏହି ଶିବିରରେ ସହାୟତା ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇଥିଲେ । ସବ୍‌ଜଜ୍ ଜାନକୀ ବିଶ୍ୱାଳ ଶିକ୍ଷଣୀୟ ଗଳ୍ପ ଓ ଉଦାହରଣ ମାଧ୍ୟମରେ ଲୋକମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଜାଣିବା ଓ ଲୋକଙ୍କ ନିକଟରେ କିପରି ମାଗଣା ଆଇନ୍‌ସେବା ଉପଲବ୍ଧ ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟାୟର ପ୍ରତିରୋଧ ପାଇଁ ଆଇନ୍‌ସେବା ପ୍ରାଧିକରଣ ସାହସ ଦେଇପାରିଛି ବୋଲି ସେ କହିଥିଲେ । ଆଇନ୍‌ସେବା ପ୍ରାଧିକରଣର ସମ୍ପାଦିକ ପୁନମ୍ ଜେନା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶିବିରର ଆଭିମୁଖ୍ୟ ସମ୍ପର୍କରେ ବିଶଦ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ବିରଂଚି ନାରାୟଣ ବାରିକ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଶିବିରରେ ଆଇନ୍‌ସେବା ପ୍ରାଧିକରଣ, ସ୍ୱାସ୍ଥ୍ୟ, ରାଜସ୍ୱ, ଜରୁରୀ, କୃଷି, ପଶୁସମ୍ପଦ, ମତ୍ସ୍ୟ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମିଶନ ଶକ୍ତି, ଜୀବିକା ମିଶନ, ସାମାଜିକ କଲ୍ୟାଣ, ସାମାଜିକ ସୁରକ୍ଷା, ଶିଶୁସୁରକ୍ଷା, ଯାଜପୁର ପୈାର ପରିଷଦ, ଅଗ୍ରଣୀ ବ୍ୟାଙ୍କ ସମୁହ, ଯୋଗାଣ ଓ ମଙ୍ଗଳ ବିଭାଗ ପକ୍ଷରୁ ସଚେତନତା ଷ୍ଟଲମାନ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ମା’ ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close