ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ପିଲାମାନଙ୍କର ଶ୍ରେଣୀଗୃହ ପାଠପଢା

ଭୁବନେଶ୍ୱର ; ୧୧/୧୧(ଜ୍ୟୋତିରଞ୍ଜନ ଙ୍କ ଠାରୁ): ଓଡ଼ିଶାରେ ସ୍କୁଲ କେବେ ଖୋଲିବ ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ପିଲାମାନଙ୍କର ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବାପାଇଁ ସୂଚନା ମିଳିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । କୋଭିଡ଼ ଗାଇଡ଼ଲାଇନ ଅନୁପାଳନ କରି ସ୍କୁଲରେ ଶିକ୍ଷାଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତ ରଖିଛନ୍ତି। କରୋନା ସଂକ୍ରମଣକୁ ଆଖିଆଗରେ ରଖି ସ୍କୁଲ ବନ୍ଦ ରହିଥିଲା । ତେବେ ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟ କ୍ରମେ ଅଷ୍ଟମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି । ପିଲାମାନେ ଅନଲାଇନରେ ପଢୁଥିଲେବି ଶିକ୍ଷାଦାନ ବ୍ୟାଘାତ ହେଉଛି । ତେଣୁ ଅନେକ ଅଭିଭାବକମାନେ ସ୍କୁଲ ଖୋଲିବାକୁ ମତାମତ ଦେଇଥିଲେ । ବୈଷୟିକ କମିଟି ମଧ୍ୟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତେଣୁ ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ପିଲାଙ୍କପାଇଁ ସ୍କୁଲ ଖୋଲିବ । ଏହାପରେ ଚତୁର୍ଥ ଓ ପଂଚମ ଶ୍ରେଣୀ ପାଠପଢ଼ା ନେଇ ବିଚାରବିମର୍ଷ ଜାରି ରହିଛି । ସମ୍ଭବତଃ ନୂଆ ବର୍ଷ ବେଳକୁ ସବୁ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close